ନୂଆଦିଲ୍ଲୀ: ଚାଇନା ବାଣକୁ ନେଇ ଚେତାବନୀ ଦେଲା ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ(ଡିଆରଆଇ) । ବିଷାକ୍ତ ବାଣ ଭାରତରେ ପ୍ରବେଶ ପାଇଁ ବଡ ଧରଣର ସତର୍କ ସୂଚନା ଜାରି କରିଛି ଡିଆରଆଇ । ଏହି ଚେତାବନୀକୁ ସମସ୍ତ ତଦନ୍ତକାରୀ ଓ ଗୁଇନ୍ଦା ଏଜେନ୍ସିକୁ ଅବଗତ କରାଯାଇଛି । ଡିଆରଆଇର ସୂଚନା ଅନୁସାରେ ବୈଦେଶିକ ବେପାର ନୀତି ଅନୁସାରେ ବାଣର ଆମଦାନୀ ଉପରେ ପ୍ରତିବନ୍ଧ ଲାଗିଛି । ଏହାସହ ଅବୈଧ ଭାବରେ ବିଷାକ୍ତ ବାଣ ଭାରତରେ ପ୍ରବେଶ ନେଇ ଡିଆରଆଇ ଉଦବେଗ୍ ପ୍ରକାଶ କରିଛି ।
ଏହାର କାରଣ ମଧ୍ୟ ଜଣାଇ ଦିଆଯାଇଛି । ଚାଇନା ବାଣ ପରିବେଶ ପାଇଁ ବିଶେଷ କ୍ଷତିକାରକ ବୋଲି କୁହାଯାଇଛି । ସେହିଭଳି ଚୀନ ବାଣ ବିସ୍ଫୋଟକ ନିୟମ ୨୦୦୮ ବିରୋଧରେ କରୁଛି । ଏଥିରେ ରେଡ୍ ଲେଡ, କପର ଅକ୍ସାଇଡ ଓ ଲିଥିୟମ ଭଳି ବିପଦଜ୍ଜନକ ରାସାୟନିକ ପଦାର୍ଥ ବହୁଳ ମାତ୍ରାରେ ବ୍ୟବହୃତ ହେଉଛି ।