ରାୟପୁର: ଘଞ୍ଚ ଜଙ୍ଗଲ ସାଙ୍ଗକୁ ପ୍ରବଳ ବର୍ଷା । ଆଉ ଏହି ଭଳି ପରିସ୍ଥିତିରେ ଯବାନ ମାନେ ନକ୍ସଲ ବିରୋଧି ଅଭିଯାନ 'ଅପରେସନ ମନସୁନ'ରେ କୁମ୍ବିଂ ଅପରେସନରେ କାର୍ଯ୍ୟ କରୁଛନ୍ତି । ତେବେ ଛତିଶଗଡର ମାଓ ପ୍ରବଣ ଅଞ୍ଚଳ ବସ୍ତରରେ ଯବାନମାନେ କୁମ୍ବିଂରେ ଯାଇ ବନ୍ୟା ପାଣିରେ ଫସି ରହିଥିଲେ । ସେମାନଙ୍କୁ ସେମାନଙ୍କ ବନ୍ଧୁମାନେ ନିଆରା ଉପାୟରେ ଉଦ୍ଧାର କରିଥିଲେ । ରଶି ସାହାଯ୍ୟରେ ଯବାନଙ୍କୁ ଉଦ୍ଧାର କଲେ ଯବାନ ।
ରଶି ସାହାଯ୍ୟରେ ଯବାନଙ୍କୁ ଉଦ୍ଧାର କଲେ ଯବାନ - ରଶି ସାହାଯ୍ୟରେ ଯବାନଙ୍କୁ ଉଦ୍ଧାର କଲେ ଯବାନ
ଛତିଶଗଡ଼ରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୁମ୍ବିଂରୁ ଫେରୁଥିବା କିଛି ଯବାନ ବନ୍ୟା ପାଣିରେ ଫସି ରହିଥିଲେ । ରଶି ସାହାଯ୍ୟରେ ଯବାନଙ୍କୁ ଉଦ୍ଧାର କଲେ ଯବାନ ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ମିଳିଥିବା ସୂଚନା ମୁତାବକ ବସ୍ତରରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ନଦୀନାଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଅପରେସନ ମନସୁନରେ ଯାଇ ଡ଼ିଆରଜିର କିଛି ଯବାନ ବନ୍ୟା ପାଣିରେ ଫସି ଯାଇଥିଲେ ।
ତେବେ ଏହି ସୂଚନା ପାଇ ଅନ୍ୟ କିଛି ଯବାନମାନେ ରଶି ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ନଦୀ ପାର ହେବା ସମୟରେ ଯବାନମାନେ ବେଶ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିଥିଲା ।