ବାରଣାସୀ: ଜିନ୍ସ ଟପ୍ସ ପିନ୍ଧି କରିପାରିବେନି ବାବା ବିଶ୍ବନାଥଙ୍କ ଦର୍ଶନ। ଭକ୍ତ ପାଇଁ ଏବେ ଡ୍ରେସ କୋର୍ଡ ଲାଗୁ ହୋଇଛି ଉତ୍ତରପ୍ରଦେଶର ବାରଣାସୀସ୍ଥିତ କାଶୀ ବିଶ୍ବନାଥ ମନ୍ଦିରରେ। ମନ୍ଦିରରେ ଏହି ନିୟମ ଲାଗୁ ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିଚାଳନା କମିଟି ନିର୍ଦ୍ଦେଶରେ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ବସ୍ତ୍ର ପରିଧାନ କରିବାକୁ ପଡିବ। ଏହି ବସ୍ତ୍ର କେବଳ ବିଶ୍ବନାଥଙ୍କ ସ୍ପର୍ଶ ଦର୍ଶନ ପାଇଁ ଲାଗୁ କରାଯାଇଛି ଓ ଅନ୍ୟ ଦର୍ଶନ ବ୍ୟବସ୍ଥା ପୂର୍ବ ଭଳି ଅଛି।
ଜିନ୍ସ ପିନ୍ଧିଲେ କାଶୀ ବିଶ୍ବନାଥ ଦର୍ଶନ ମନା - ବାବା ବିଶ୍ବନାଥ ମନ୍ଦିରରେ ଲାଗୁ ହେଲା ଡ୍ରେସ କୋର୍ଡ
ଜିନ୍ସ ଟପ୍ସ ପିନ୍ଧି କରିପାରିବେନି ବାବା ବିଶ୍ବନାଥଙ୍କ ଦର୍ଶନ। ଭକ୍ତ ପାଇଁ ଏବେ ଡ୍ରେସ କୋର୍ଡ ଲାଗୁ ହୋଇଛି ଉତ୍ତରପ୍ରଦେଶର ବାରଣାସୀସ୍ଥିତ କାଶୀ ବିଶ୍ବନାଥ ମନ୍ଦିରରେ। ଅଧିକ ଖବର ପଢନ୍ତୁ...
ମିଳିଥିବା ସୂଚନା ଅନୁସାରେ, ଏହି ନୂତନ ଡ୍ରେସ କୋର୍ଡରେ ପୁରୁଷଙ୍କ ପାଇଁ ଧୋତି କୁର୍ତ୍ତା ଓ ମହିଳାଙ୍କ ପାଇଁ ଶାଢୀ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସ୍ପର୍ଶ ଦର୍ଶନ ପୂର୍ବାହ୍ନ 11ଟା ଯାଏଁ କରିପାରିବେ।
ଯେଉଁମାନେ ପ୍ୟାଣ୍ଟ ସାର୍ଟ ଓ ଜିନ୍ସ ପିନ୍ଧି ଆସିଥିବେ ସେମାନେ ଦୂରରୁ ବାବାଙ୍କ ଦର୍ଶନ କରିବେ। ଏବେ ସୁଦ୍ଧା ନିୟମ କାର୍ଯ୍ୟକାରୀ ହେବାର ତାରିଖ ଘୋଷଣା କରାଯାଇ ନାହିଁ। ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ବ୍ୟବସ୍ଥା ଉଜୈନର ମହାକାଳ ମନ୍ଦିରରେ ଲାଗୁ କରାଯାଇଛି। ମନ୍ଦିର କମିଟିର ଏହି ନିଷ୍ପତିକୁ ପ୍ରଧାନମନ୍ତ୍ରୀ ସ୍ବାଗତ କରିବା ସହ କହିଛନ୍ତି ଏହା କାଶୀ ମନ୍ଦିରକୁ ଏକ ବିଶ୍ବସ୍ତରୀୟ ମାନ୍ୟତା ପ୍ରଦାନ କରିବ।