ନୂଆଦିଲ୍ଲୀ: କୋରୋନା ମହାବିପଦର ସହ ଭାରତର ଲଢେଇ ଜାରି ରହିଛି । କୋରୋନାକୁ ହରାଇବା ପାଇଁ ଦେଶର ନାଗରିକଙ୍କ ଠାରୁ ଆରମ୍ଭ କରି ଅନୁଷ୍ଠାନ ମାନ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଏପରିସ୍ଥଳେ କୋରୋନା ବିରୋଧୀ ଲଢେଇ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ବଡ ନିଷ୍ପତ୍ତି । ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଗୁରୁବାର କହିଛନ୍ତି ଯେ ମାସକୁ 5000 ଭେଣ୍ଟିଲେଟର ନିର୍ମାଣ ପାଇଁ କାର୍ଯ୍ୟ ଜାରି ରହିଛି । ଯାହା ଆଗାମୀ ଦିନ ମାନଙ୍କରେ COVID-19 ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟବଶ୍ୟକ ପାଲଟିବ ।
ମହୀଶୂରରେ ଥିବା ଲ୍ୟାବ ଭେଣ୍ଟିଲେଟର ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଅଂଶ ଯୋଗାଇ ଦେଇଛି । ବର୍ତ୍ତମାନ ପ୍ରତି ମାସରେ ପ୍ରାୟ 5000 ଭେଣ୍ଟିଲେଟର ଉତ୍ପାଦନ କରାଯାଇପାରିବ | ଏହାସହ ଆଗାମୀ ଦିନମାନଙ୍କରେ ପାଇଁ ପ୍ରତି ମାସରେ 10,000 ଭେଣ୍ଟିଲେଟର ପ୍ରସ୍ତୁତ ପାଇଁ ମଧ୍ୟ ପ୍ରୟାସ ଜାରି ରହିବ |
ରେଡ୍ଡୀ କହିଛନ୍ତି ଯେ ଡିଆରଡିଓ ଲାବୋରେଟୋରୀ ଗୁଡିକ 20,000 ବୋତଲ ହ୍ୟାଣ୍ଡ ସାନିଟାଇଜର ବିତରଣରେ ସାହାଯ୍ୟ କରିସାରିଛି ଯାହା ଦିଲ୍ଲୀ ପୋଲିସ, ତିନି ସଶସ୍ତ୍ର ବାହିନୀ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସମେତ ବିଭିନ୍ନ ସଂଗଠନକୁ ଦିଆଯାଉଛି।