ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା ପାଇଁ 70ଟି ସ୍ବଦେଶୀ ଉତ୍ପାଦ ପ୍ରସ୍ତୁତ କରିଛି ଡିଆରଡିଓ - 70 'Made in India' products to fight COVID-19

COVID-19 ସହିତ ଲଢେଇ କରିବା ପାଇଁ DRDO ଏପର୍ଯ୍ୟନ୍ତ 70 ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ପ୍ରସ୍ତୁତ କରିଛି । ସୂଚନା ଦେଲେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ର ଚେୟାରମ୍ୟାନ୍ ଜି ସତୀଶ ରେଡ୍ଡୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ମୁକାବିଲା ପାଇଁ 70 ଟି ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦ ପ୍ରସ୍ତୁତ କରିଛି ଡିଆରଡିଓ
କୋରୋନା ମୁକାବିଲା ପାଇଁ 70 ଟି ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦ ପ୍ରସ୍ତୁତ କରିଛି ଡିଆରଡିଓ

By

Published : Jul 6, 2020, 3:35 AM IST

ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ଚେୟାରମ୍ୟାନ ଜି ସତୀଶ ରେଡ୍ଡୀ ରବିବାର କହିଛନ୍ତି ଯେ, COVID-19 ସହିତ ଲଢେଇ କରିବା ପାଇଁ ସଂସ୍ଥା ଏପର୍ଯ୍ୟନ୍ତ 70 ମେଡ ଇନ୍ ଇଣ୍ଡିଆ ଉତ୍ପାଦ ପ୍ରସ୍ତୁତ କରିଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଦିନ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା DRDO ନିର୍ମିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ COVID-19 ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଯେଉଁଠି 11 ଦିନ ମଧ୍ୟରେ ସ୍ଥାପିତ ହୋଇଥିବା ଅସ୍ଥାୟୀ ହସ୍ପିଟାଲ୍ ସଂରଚନାରେ 250ଟି ଆଇସିୟୁ ବେଡ ସହିତ 1000 ଶଯ୍ୟା ଅଛି ।

ଡାକ୍ତରଖାନା ରୋଗୀମାନଙ୍କ ପାଇଁ ମାଗଣାରେ ସମସ୍ତ ସୁବିଧା ଉପଲବ୍ଧ ହୋଇଛି ଏବଂ ସେନା କର୍ମଚାରୀମାନେ ସେମାନଙ୍କର ସେବା 24x7 ପ୍ରଦାନ କରିବେ।

ରେଡ୍ଡୀ ଆହୁରି କହିଛନ୍ତି, "DRDO ବର୍ତ୍ତମାନ ପର୍ଯ୍ୟନ୍ତ 70 ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ଉତ୍ପାଦନ କରିଛି, COVID-19 ବିରୋଧରେ ଲଢେଇ ପାଇଁ। ଯଦି ଆବଶ୍ୟକ ପଡେ ପ୍ରତି ମାସରେ ପ୍ରାୟ 25,000 ଭେଣ୍ଟିଲେଟର ଉତ୍ପାଦନ କରିପାରିବା ସହ ସେଗୁଡିକ ରପ୍ତାନି କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି ।

ABOUT THE AUTHOR

...view details