ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ଡିଆରଡିଓର ପ୍ରିମିୟର ଲାବୋରେଟୋରୀ ଆରସିଆଇ ବିକଶିତ କରିଛି ଏକ ଏପରି ଡିଭାଇସ, ଯାହାର ବ୍ୟବହାରରେ ନୋଟ୍ ଓ ଫୋନକୁ ସାନିଟାଇଜ କରିହେବ । ଏହି କଣ୍ଟାକ୍ଟଲେସ ୟୁଭିସି ମାନିଟାଇଜିଂ କ୍ୟାବିନେଟରେ ଆପଣ ମୋବାଇଲ ଫୋନ, ଆଇପ୍ୟାଡ, ଲାପଟପ, ନୋଟ୍, ଚେକ, ଚାଲାଣ, ପାସବୁକ ଓ ପେପର ଆଦିକୁ ସହଜରେ ସାନିଟାଇଜ କରିପାରିବେ ।
ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ଡିଫେନ୍ସ ରିସର୍ଚ୍ଚ ଡେଭେଲପମେଣ୍ଟ ଅରଗାନାଇଜେସନର (ଡିଆରଡିଓ)ର ଏକ ଅଂଶ । ଯାହା ଡିଫେନ୍ସ ରିସର୍ଚ୍ଚ ଅଲଟ୍ରାଭାଓଲେଟ ସାନିଟାଇଜର(ଦ୍ରୁଭ୍ସ)କୁ ବିକଶିତ କରିଛି । ରବିବାର ଏନେଇ ଅଧିକାରୀ ସୂତ୍ରରୁ ପ୍ରକାଶ ପାଇଛି କି ଦ୍ରୁଭ୍ସ କ୍ୟାବିନେଟକେ କଣ୍ଟାକ୍ଟଲେସ ଅପରେସନ ରହିଛି । ଯାହା ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ବ ବହନ କରେ । ଏହି ସେନ୍ସରରେ ଏକ ଡ୍ରୟରର ବ୍ୟବସ୍ଥା ରହିଛି । ଯାହାକୁ ସହଜରେ ଖୋଲାଯାଇପାରେ ଓ ବନ୍ଦ ବି କରାଯାଇପାରେ । ଯାହା ଏହି କ୍ୟାବିନେଚର ବ୍ୟବହାରକୁ ସହଜ, ସରଳ, କଣ୍ଟାକ୍ଟଲେସ ଓ ଅଟୋମେଟିକ କରିଥାଏ ।