ଓଡିଶା

odisha

ETV Bharat / bharat

ସିଧାସଳଖ ଟାର୍ଗେଟ ହିଟ୍ କଲା ମିସାଇଲ୍ MRSAM - Army version of Medium Range Surface to Air Missile

ସ୍ବେଦଶୀ ଜ୍ଞାନ କୌଶଳରେ ବିକଶିତ ମିସାଇଲ୍ MRSAM ସଫଳତାର ସହିତ ଟାର୍ଗେଟକୁ ହିଟ୍ କରିଛି । ଅଧିକ ପଢନ୍ତୁ...

DRDOର ମିଡିଲ୍ ରେଞ୍ଜ୍ ମିସାଇଲ୍
DRDOର ମିଡିଲ୍ ରେଞ୍ଜ୍ ମିସାଇଲ୍

By

Published : Dec 23, 2020, 5:16 PM IST

Updated : Dec 23, 2020, 9:35 PM IST

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିର 3 ନମ୍ବର ଲଞ୍ଚପ୍ୟାଡରୁ ପରୀକ୍ଷା ହେଲା ମିଡିୟମ ରେଞ୍ଜ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ ସିଷ୍ଟମ (MRSAM) । ଅପରାହ୍ନ 3ଟା 55 ମିନିଟରେ ଏହି ପରୀକ୍ଷଣ କରାଯାଇଛି । ପରୀକ୍ଷା ସମୟରେ ଖଞ୍ଜା ଯାଇଥିବା ରାଡାରରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି ।

ସିଧାସଳଖ ଟାର୍ଗେଟ ହିଟ୍ କଲା ମିସାଇଲ୍ MRSAM

MRSAMକୁ ପୂର୍ବରୁ ବହୁବାର ପରୀକ୍ଷା କରାଯାଇଥିଲେ ମଧ୍ୟ ଏହାର ଲକ୍ଷ୍ୟଭେଦ କ୍ଷମତା, ଦୀଗ ଓ ବେଗକୁ ନେଇ ବିକଶିତ କରାଯାଇଛି । DRDO ଓ ଇସ୍ରାଏଲ୍ ଏରୋସ୍ପେଶ୍ ଇଣ୍ଡଷ୍ଟ୍ରୀଜର ମିଳିତ ପ୍ରୟାସରେ ବିକଶିତ ହୋଇଥିଲା ମିସାଇଲ୍ MRSAM । ଚଳିତ ଥର MRSAMରେ ସ୍ବେଦଶୀ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି । ମିସାଇଲରେ ବ୍ୟବହାର ହୋଇଥିବା ଇଞ୍ଜିନ୍‌ ସହିତ କେତେକ ସ୍ବତନ୍ତ୍ର ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଯନ୍ତ୍ରାଂଶ ମଧ୍ୟ ଖଞ୍ଜା ଯାଇଛି ।

ସ୍ଥଳ ଭାଗରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷମତା ରଖିଥିବା MR-SAM ମାଧ୍ୟମରେ ଯୁଦ୍ଧ ଯାହାଜ, ହେଲିକପ୍ଟର, ନୌଜାହାଜ, ବାଲେଷ୍ଟିକ୍‌ ମିସାଇଲକୁ ଟାର୍ଗେଟ୍‌ କରାଯାଇ ପାରିବ । ଏହାର ଓଜନ 275 କିଲୋଗ୍ରାମ ଥିବାବେଳେ ଏହାର ଲମ୍ବ ସାଢେ 4 ମିଟର ଓ ଏଥିରେ 60 କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ପୂର୍ବରୁ MR-SAMର ଲକ୍ଷ୍ୟଭେଦ କ୍ଷ୍ୟମତା 70 କିଲୋମିଟର ଥିବାବେଳେ ଚଳିତ ପରୀକ୍ଷାରେ ଏହାକୁ 100 କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Dec 23, 2020, 9:35 PM IST

ABOUT THE AUTHOR

...view details