ଓଡିଶା

odisha

ETV Bharat / bharat

‘ନୀଚ୍ଚ ଆଦମି’ ରାଜନୀତି, ଚଣ୍ଡିଗଡ଼ ରାଲିରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ - Neech

ଚଣ୍ଡିଗଡରେ ଏକ ରାଲିକୁ ସମ୍ବୋଧିତ କରିବାକୁ ଯାଇ ପୁରୁଣା କଥା ଅର୍ଥାତ ମୋଦିଙ୍କୁ ‘ନିଚ୍ଚ’ କହିଥିବା ଘଟଣାକୁ ମନେ ପକାଇଛନ୍ତି ପିଏମ । କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ମଣିଶଙ୍କର ଆୟାରଙ୍କୁ କଟାକ୍ଷ କରିଛନ୍ତି ମୋଦି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : May 14, 2019, 10:15 PM IST

ଚଣ୍ଡିଗଡ଼: ଚଳିତଥର ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଅର୍ଥାତ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ । ଏନେଇ ଜୋର ଧରିଛି ପ୍ରଚାର ପ୍ରସାର । କୁହାଯାଉଛି ଶେଷ ପର୍ଯ୍ୟାୟର ପ୍ରଚାରଟି ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ରହିଛି । କାରଣ ମୋଦି ଏବେ ପାୱାରଫୁଲ ବୟାନ ଦେଇ ସିଧାସଳଖ ନିଜର ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି । ଚଣ୍ଡିଗଡରେ ଏକ ରାଲିକୁ ସମ୍ବୋଧିତ କରିବାକୁ ଯାଇ ପୁରୁଣା କଥା ମନେ ପକାଇଛନ୍ତି ସେ । କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ମଣିଶଙ୍କର ଆୟାରଙ୍କୁ କଟାକ୍ଷ କରିଛନ୍ତି ମୋଦି।

ଭିଡିଓ ସୌଜନ୍ୟ: ଏଏନଆଇ

ଆହୁରି ପଢନ୍ତୁ ପୁଣି ଫେରିଲା ଆୟରଙ୍କ ‘ନୀଚ୍ ଆଦମୀ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଚଣ୍ଡିଗଡ଼ରେ ଆୟୋଜିତ ଜନସଭାରେ ନିଜର ଅଭିଭାଷଣରେ ଆୟାରଙ୍କୁ ପରୋକ୍ଷ ଭାବେ ସମାଲୋଚନା କରିଛନ୍ତି । କଥାରେ ଅଛି ଇଟ କା ଜବାବ ପଥର ମେ । 2017 ରେ ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ଆୟାର ମୋଦିଙ୍କୁ ‘ନିଚ୍ଚ ଆଦମୀ’ କହି ସମୋଲୋଚନା କରିଥିଲେ । ଏବେ ସେହି କଥାକୁ ମନେ ପକାଇ ଆୟରଙ୍କୁ କଡ଼ା ଯବାବ ଦେଇଛନ୍ତି ମୋଦି ।

ମୋଦିଙ୍କ ଭାଷଣରେ ‘ନିଚ୍ଚ ଜାତି’ ଶବ୍ଦଟି ହାଇଲାଇଟ ଥିଲା । ସେ କହିଛନ୍ତି, ଯେତେବେଳେ ଆୟର ତାଙ୍କୁ ନୀଚ୍ଚ କହିଥିଲେ ସେହି ସମୟରେ ରାହୁଲ ଗାନ୍ଧୀ ଆୟାରଙ୍କୁ ଦଳରୁ ବିତାଡିତ କରିଥିଲେ । କିନ୍ତୁ ସେତେବେଳେ ଲୋକ ଦେଖାଣିଆ ଡ୍ରାମା ଥିଲା । କାରଣ ପରବର୍ତ୍ତୀ ସମୟରେ ପୁଣି ଦଳରେ ସ୍ବାଗତ କରିଥିଲେ ଆୟରଙ୍କୁ । ପରେ ପରେ ପୁଣି ସେହି କଥାକୁ ଦହୋରାଇଥିଲେ ଆୟାର । ମୋଦିଙ୍କୁ ନିଚ୍ଚ ଜାତିର ମଣିଷ କହି ସମାଲୋଚନା କରିଥିଲେ । ତେବେ ଏନେଇ ମୋଦିଙ୍କ କହିବା କଥା ହେଲା ସେତେବେଳେ କଂଗ୍ରେସ ଯାହା କଲା ତାହା କଂଗ୍ରେସର ଚିନ୍ତାଧାରା ଥିଲା । ମୋତେ ଯେଉଁ ଗାଳି ଏବଂ ଅସମ୍ମାନ କରାଗଲା ସେଥିରେ କୌଣସି ଭୁଲ ନଥିଲା ବୋଲି କଂଗ୍ରେସ ପରବର୍ତ୍ତୀ ମୂହୂର୍ତ୍ତରେ କହିଲା ।

ABOUT THE AUTHOR

...view details