ଓଡିଶା

odisha

ETV Bharat / bharat

ସୀମାରେ ବଢୁଛି ଡ୍ରାଗନ ପାୱାର - tribal village in near lac

ଲାଇନ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ(LAC)ରେ ଟ୍ରାଇବାଲ ଭିଲେଜ ସ୍ଥାପନ କରିଛି ଚୀନ । ଏପଟେ ଚୀନର ଏହି କାର୍ଯ୍ୟକୁ ନେଇ ସତର୍କ ରହିଛି ଭାରତୀୟ ସେନା । ଅଧିକ ପଢନ୍ତୁ...

ସୀମାରେ ବଢୁଛି ଡ୍ରାଗନର ପାୱାର

By

Published : Nov 13, 2019, 8:21 AM IST

ନୂଆଦିଲ୍ଲୀ: ସୀମା ନିକଟରେ କାୟା ବିସ୍ତାର କରିବାରେ ଲାଗିଛି ଚୀନ । ପ୍ରଥମେ ସେନା ଛାଉଣି ଆଉ ଏବେ ଲାଇନ ଅଫ୍ ଆକଚୁଆଲ କଣ୍ଟ୍ରୋଲ(LAC)ରେ ଟ୍ରାଇବାଲ ଭିଲେଜ ସ୍ଥାପନ କରିଛି ଡ୍ରାଗନ । ପାଖିପାଖି 25ରୁ 30ଟି ମଡର୍ଣ୍ଣ ଭିଲେଜ ନିର୍ମାଣ କରିଛି ଚୀନ । ଏହାକୁ କଡା ସୁରକ୍ଷା ଦେବାରେ ଲାଗିଛନ୍ତି ସେନା । ଅନ୍ୟପଟେ ସୀମା ନିକଟରେ ଚୀନର ପ୍ରଭାବ ବିସ୍ତାର ଭାରତୀୟ ସେନାକୁ ଅଡୁଆରେ ପକାଇଛି ।

ଭାରତୀୟ ସେନା ସୁତ୍ରରୁ ମିଳିଥିବା ଖବର ମୁତାବକ, ଏହି ମଡର୍ଣ୍ଣ ଭିଲେଜ ପୂର୍ବବର୍ତ୍ତୀ ଅଞ୍ଚଳକୁ ସ୍ପଷ୍ଟ ଭାବେ ଦେଖାଯାଉଛି । ଏହି ଭିଲେଜ ନିକଟରେ ଭଲିବଲ କୋର୍ଟ ଓ ହୋଟେଲ ମଧ୍ୟ ନିର୍ମାଣ କରାଯାଇଛି । ଏଠାରେ ଚୀନ ନିଜ ସୁରକ୍ଷାକର୍ମୀଙ୍କୁ ରଖିବା ପାଇଁ ଯୋଜନା କରୁଥିବା ଅନୁମାନ କରାଯାଉଛି । ତେବେ ଏହା ପ୍ରଥମ ଭିଲେଜ ନୁହେଁ ପୂର୍ବରୁ ଅରୁଣାଞ୍ଚଳ ପ୍ରଦେଶର ସୀମାବର୍ତ୍ତୀ କିବୁତ ଅଞ୍ଚଳରେ ଚୀନ ଏପରି ମଡର୍ଣ୍ଣ ଭିଲେଜ ସ୍ଥାପନ କରିସାରିଛି । ଯାହାକି ସୁରକ୍ଷାକର୍ମୀଙ୍କ ପାଇଁ ବ୍ୟବହାର କରାଯାଉଛି । ତେବେ ଚୀନର ଏହି ଯୋଜନା ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତୀୟ ସେନା ।

ABOUT THE AUTHOR

...view details