ହାଇଦ୍ରାବାଦ : ପ୍ରସିଦ୍ଧ ବୈଜ୍ଞାନିକ ତଥା ଇସ୍ରୋର ପ୍ରତିଷ୍ଠାତା ଡ.ବିକ୍ରମ ଅମ୍ବାଲାଲ ସାରାଭାଇଙ୍କ ଆଜି 101 ତମ ଜନ୍ମଦିନ । ସାରଭାଇଙ୍କ ନାମ ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମରରୁ ଅଲଗା କରାଯାଇପାରିବ ନାହିଁ। ତାଙ୍କୁ ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ କୁହାଯାଏ । ତେବେ ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି ରୋଚକ କଥା...
- 1919 ମସିହା ଆଜିର ଦିନରେ ଅହମ୍ମଦାବାଦର ଏକ ଜୈନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସାରାଭାଇ। ତାଙ୍କ ପିତା ଅମ୍ବାଲାଲ ସାରାଭାଇ ଜଣେ ବଡ ଉଦ୍ୟୋଗପତି ଥିଲେ । ଆଉ ଗୁଜୁରାଟରେ ତାଙ୍କର ବହୁତ ଗୁଡାଏ ମିଲ ରହିଥିଲା ।
- କେମ୍ବ୍ରିଜରେ ପାଠ ପଢା ସରିବା ପରେ 1947 ସେ ଭାରତ ଫେରିଥିଲେ। ଏହାପରେ ସ୍ୱାଧୀନ ଭାରତରେ ଅହମ୍ମଦାବାଦରେ ପ୍ରଥମ ଲାବୋରୋଟୋରୀ ନିର୍ମାଣ କରିଥିଲେ।
- 1969 ରେ ଇସ୍ରୋ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ବଡ ଅବଦାନ ରହିଛି। କେବଳ ଇସ୍ରୋ ନୁହେଁ ଦେଶର ବିଭିନ୍ନ ବଡ ବଡ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। ଅହମ୍ମଦାବାଦରେ ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ (PRL)କୁ ଉନ୍ନତ କରିବାରେ ମଧ୍ୟ ତାଙ୍କ ଯୋଗଦାନ ଅବିସ୍ମରଣୀୟ ।
- ସାରାଭାଇ ନିଜ ଜୀବନକାଳରେ ମହାତ୍ମାଗାନ୍ଧୀ, ରବିନ୍ଦ୍ରନାଥ ଟାଗୋର, ଜେ କୃଷ୍ଣମୂର୍ତ୍ତି, ମୋତିଲାଲ ନେହୁର, ଭି. ଶ୍ରୀବାସ୍ତବ ଶାସ୍ତ୍ରୀ, ଜବାହାରଲାଲ ନେହୁର, ସରୋଜିନୀ ନାଇଡୁ, ମୌଲାନା ଆଜାଦ , ସି. ଏଫ ଆଣ୍ଡ୍ରୁଜ ଓ ସିଭି ରମନଙ୍କ ଭଳି ମହାନ ବ୍ୟକ୍ତିତ୍ବଙ୍କ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ତାଙ୍କ ଘରକୁ ପ୍ରାୟ ସମୟରେ ଏହି ବିଦ୍ବାନଙ୍କ ଯିବାଆସିବା ଲାଗି ରହିଥିଲା । ଆଉ ସେମାନଙ୍କ ସହ କଥାବାର୍ତ୍ତା ଯୋଗୁଁ ସାରାଭାଇ ବିଭିନ୍ନ ବିଷୟରେ ରୁଚି ଦେଖାଇବାକୁ ଲାଗିଥିଲେ ।
- ସେ ବିଶେଷ କରି Cosmic ବିଷୟରେ ଜାଣିବାକୁ ଆଗ୍ରହୀ ଥିଲେ । ସେ ମଧ୍ୟ ଏହି ବିଷୟରେ ଗବେଷଣା କରିଥିଲେ। ସେ ପୁନା ସେଣ୍ଟ୍ରାଲ ମେଟ୍ରୋଲୋଜିକାଲ ଷ୍ଟେସନରେ cosmi crays ରେ ଅନୁସନ୍ଧାନ କରିଥିଲେ ଏବଂ ପରେ ଅନୁସନ୍ଧାନ ଜାରି ରଖିବା ପାଇଁ କାଶ୍ମୀରକୁ ଯାଇଥିଲେ।
- ସେ ଭାରତୀୟ ବିଜ୍ଞାନ ସଂସ୍ଥାନ ବାଙ୍ଗାଲୁରରେ ସିଭି ରମଙ୍କ ମାର୍ଗଦର୍ଶନରେ ମଧ୍ୟ cosmi crays ରେ ଗବେଷଣା କରିଥିଲେ ।
- 1955 ରେ ସାରାଭାଇ କାଶ୍ମୀର ଗୁଲମର୍ଗରେ ଫିଜିକାଲ ଅନୁସନ୍ଧାନ ଲାବୋରେଟୋରୀର ଏକ ଶାଖା ପ୍ରତିଷ୍ଠା କଲେ
- ସେ ପରମାଣୁ ଶକ୍ତି ବିଭାଗର ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ମଧ୍ୟ ଥିଲେ। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) କୁ ବିସ୍ତାର କରି ସେ ଭାରତକୁ ମହାକାଶ ଯୁଗକୁ ନେବାରେ ଯଥେଷ୍ଟ ସହଯୋଗ କରିଥିଲେ
- ସାରାଭାଇ ଭାରତର ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିର ଜଣେ ଅଗ୍ରଣୀ ଥିଲେ । ସେ ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିର ସେହି ବ୍ୟକ୍ତିଙ୍କ ମଧ୍ୟରେ ଥିଲେ, ଯେଉଁମାନେ ଗୁଣବତ୍ତାର ଉଚ୍ଚ ମାନକୁ କୌଣସି ମଧ୍ୟ ସ୍ଥିତିରେ ଜାରି ରଖିବା ଜରୁରୀ ।
- ସାରଭାଇ ହିଁ ଫାର୍ମାସ୍ୟୁଟିକାଲ ଶିଳ୍ପରେ ସର୍ବପ୍ରଥମରେ ଇଲେକ୍ଟ୍ରୋନିକ ଡାଟା ପ୍ରକ୍ରିୟାକରଣ ଏବଂ ଅପରେସନ ଗବେଷଣା କୌଶଳ ପ୍ରୟୋଗ କରିଥିଲେ । ଭାରତର ଔଷଧ ଶିଳ୍ପକୁ ଆତ୍ମନିର୍ଭରଶୀଳ କରିବା ଏବଂ ଦେଶରେ ଅନେକ ଔଷଧ ଏବଂ ଉପକରଣ ତିଆରି କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
- ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପ୍ରତିଷ୍ଠା ତାଙ୍କର ସବୁଠାରୁ ବଡ ସଫଳତା ଥିଲା । ଭାରତ ଭଳି ବିକାଶଶୀଳ ଦେଶ ପାଇଁ ଋଷ ସ୍ପୁଟନିକ ସଫଳତାର ସହିତ ଉତକ୍ଷେପଣ ପରେ ମହାକାଶ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ସେ ସରକାରଙ୍କୁ ରାଜି କରିଥିଲେ। ଡକ୍ଟର ସାରଭାଇଙ୍କ ସ୍ପେସ ପ୍ରୋଗ୍ରାମର ଗୁରୁତ୍ୱ ଉପରେ ଏହି ବିବୃତ୍ତି ବଡ ଯୋଗଦାନ ରଖିଥାଏ ।
- ‘କିଛି ଲୋକ ପ୍ରଗତିଶୀଳ ଦେଶମାନଙ୍କରେ ସ୍ପେସ୍ କାର୍ଯ୍ୟକଳାପର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠାନ୍ତି । ଆମକୁ ଆମ ଲକ୍ଷ୍ୟ ଉପରେ କୌଣସି ସନ୍ଦେହ ନାହିଁ । ଆମେ ଚନ୍ଦ୍ର ଏବଂ ଉପଗ୍ରହ ଅନୁସନ୍ଧାନ କ୍ଷେତ୍ରରେ ବିକଶିତ ଦେଶମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର ସ୍ୱପ୍ନ ଦେଖୁନାହୁଁ । କିନ୍ତୁ ଜାତୀୟ କିମ୍ବା ଆନ୍ତର୍ଜାତୀୟ ସ୍ତରରେ ମାନବ ସମାଜର ଅସୁବିଧା ସମାଧାନ କରିବାରେ ଉଚ୍ଚ ଉନ୍ନତ ଜ୍ଞାନକୌଶଳର ବ୍ୟବହାରରେ ପଛରେ ରହିବାକୁ ଚାହୁଁ ନାହୁଁ।’
- ସାରାଭାଇ ଚାହୁଁଥିଲେ ଭାରତ ମହାକାଶକୁ ନିଜ ଉପଗ୍ରହ ପଠାଉ । ଏଣୁ ଭାରତ ପରମାଣୁ ବିଜ୍ଞାନ କାର୍ଯ୍ୟକ୍ରମ ଜନକ ଡ. ହୋମୀ ଜହାଙ୍ଗୀର ଭାଭା ଭାରତର ପ୍ରଥମ ରକେଟ ଉତକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରିବାରେ ଡକ୍ଟର ସାରଭାଇଙ୍କୁ ସମର୍ଥନ କରିଥିଲେ। ଏହି କେନ୍ଦ୍ର ମୁଖ୍ୟତଃ ଆରବ ସାଗର କୂଳରେ ଥିବା ଥିରୁବନ୍ତପୁରମ ନିକଟ ଥୁମ୍ବା ଠାରେ ପ୍ରତିଷ୍ଠା କରାଯାଇଥିଲା । ଭିତ୍ତିଭୂମି, କର୍ମଚାରୀ, ଯୋଗାଯୋଗ ଲିଙ୍କ ଏବଂ ଲଞ୍ଚ ପ୍ୟାଡ ପ୍ରତିଷ୍ଠା କରିବାରେ ଉଲ୍ଲେଖନୀୟ ପ୍ରୟାସ ପରେ ସୋଡିୟମ ବାଷ୍ପ ପେଲୋଡ ସହିତ , 1963 ନଭେମ୍ବର 21 ରେ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ କରାଯାଇଥିଲା ।
- ସାରାଭାଇଙ୍କୁ 1966ରେ ପହ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ଏହା ପୂର୍ବରୁ 1962ରେ ଭଟନାଗର ପୁରସ୍ମାରରେ ସମ୍ମାନିତ କରାଯାଇଥିଲା ଏହା ବ୍ୟତିତ 1972ରେ ପହ୍ମ ବିଭୂଷଣ (ମରୋଣତ୍ତର)ରେ ସମ୍ମାନିତ କରାଯାଇଥିଲା ।
- ସେ ବହୁ ମହତ୍ବପୂର୍ଣ୍ଣ ପଦରେ ବସିଛନ୍ତି । ଭାରତୀୟ ବିଜ୍ଞାନ କଂଗ୍ରେସର ଫିଜିକ୍ସ ସେକ୍ସନର ପ୍ରେସିଡେଣ୍ଟ (1962), IAEA, ଭେରିନା ସାଧାରଣ ସମ୍ମିଳନୀର ପ୍ରେସିଡେଣ୍ଟ , 'ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର' ଉପରେ ଚତୁର୍ଥ ମିଳିତ ଜାତିସଂଘ ସମ୍ମିଳନୀ (1971)ର ଉପସଭାପତି ।