ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ସହ ଗଣତନ୍ତ୍ର ଦିବସ ପରେଡ ଦେଖିବେ ଡ. ରୀନା କୁମାରୀ - ପ୍ରଧାନମନ୍ତ୍ରୀଙ୍କ ସହ ଗଣତନ୍ତ୍ର ଦିବସ ପରେଡ ଦେଖିବେ ଡ. ରୀନା କୁମାରୀ

ଡ. ୱାଇଏସ ପାରର୍ମର ୟୁନିଭରସିଟିର ବରିଷ୍ଠ ଗବେଷକ ଡ. ରୀନା କୁମାରୀ ପ୍ରଧାନମନ୍ତ୍ରୀଙ୍କ ସହ ଗଣତନ୍ତ୍ର ଦିବସ ପରେଡ ଦେଖିବାକୁ ନିମନ୍ତ୍ରିତ ହୋଇଛନ୍ତି ।

Republic Day grand parade
ପ୍ରଧାନମନ୍ତ୍ରୀଙ୍କ ସହ ଗଣତନ୍ତ୍ର ଦିବସ ପରେଡ ଦେଖିବେ ଡ. ରୀନା କୁମାରୀ

By

Published : Jan 17, 2020, 12:49 PM IST


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ଗଣତନ୍ତ୍ର ଦିବସ ପରେଡ ଦେଖିବେ ଡ. ୱାଇଏସ ପାରର୍ମର ୟୁନିଭରସିଟିର ବରିଷ୍ଠ ଗବେଷକ ଡ. ରୀନା କୁମାରୀ । ପରେଡ ଦେଖିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଚୟନ କରାଯାଇଥିବା 100 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡ. ରୀନା କୁମାରୀ ରହିଛନ୍ତି । ଡ. ରୀନା କୁମାରୀ ବର୍ତ୍ତମାନ ବଟାନୀ ବିଭାଗରେ କାର୍ଯ୍ୟରତ ଅଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହ ଗଣତନ୍ତ୍ର ଦିବସ ପରେଡ ଦେଖିବେ ଡ. ରୀନା କୁମାରୀ

ଗଣତନ୍ତ୍ର ଦିବସ ପରେଡ ଦେଖିବାକୁ ଚୟନ କରାଯାଇଥିବାରୁ ଡ. ରୀନା ଖୁସି ବ୍ୟକ୍ତ କରିଛନ୍ତି । ଏହା ସହ ସେ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି ।

ରୀନା କାଶ୍ମୀର ହମିରପୁର ଜିଲ୍ଲାର ବାସିନ୍ଦା। ସେ ଜଣେ ମେଧାବୀ ଛାତ୍ରୀ ଭାବରେ ପରିଚିତ । ସେ ନିଜ ବିଦ୍ୟାଳୟର ଟପର ରହିଥିବା ବେଳେ ପିଏଚଡିରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ବିଭିନ୍ନ ପ୍ରକାରର କାକୁଡି ଉତ୍ପାଦନ ଉପରେ କାର୍ଯ୍ୟ କରିବା ସହ 8ଟି ସନ୍ଦର୍ଭ ପ୍ରକାଶିତ କରିଛନ୍ତି । ତାଙ୍କ ସଫଳତାରେ ନାଉନି ୟୁନିଭରସିଟିର କୁଳପତିଙ୍କ ସମେତ ବିଭିନ୍ନ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି ।

ABOUT THE AUTHOR

...view details