ଓଡିଶା

odisha

ETV Bharat / bharat

ବିଷାକ୍ତ ଭୋଗ ଖାଇ 40 ଛାତ୍ରଛାତ୍ରୀ ଅସୁସ୍ଥ

ସରସ୍ୱତୀ ପୂଜାରେ ବିଷାକ୍ତ ଭୋଗ ଖାଇ 40 ଛାତ୍ରଛାତ୍ରୀ ଅସୁସ୍ଥ। ଗୁରୁତର ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ। ଏ ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଏଏନଆଇ ଟ୍ବିଟର

By

Published : Feb 11, 2019, 11:38 AM IST

ରାଞ୍ଚି:ସରସ୍ୱତୀ ପୂଜାରେ ଭୋଗ ଖାଇ 40ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଅଘଟଣ ଝାଡଖଣ୍ଡର ଲୋହରଦଗାରେ ଘଟିଛି । ଅସୁସ୍ଥ ଛାତ୍ରଛାତ୍ରୀଙ୍କ ବୟସ 4ରୁ 12 ବର୍ଷ ମଧ୍ୟରେ ହୋଇଥିବା ଖବର ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଲୋହରଦଗା ଭଣ୍ଡାର ରୋଡ ସ୍ଥିତ ଇଟା ଗାଁରେ ଥିବା ଲିଟିଲ ଚାମ୍ପସ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ରବିବାର ସରସ୍ୱତୀ ପୂଜା ହୋଇଥିଲା। ପୂଜା ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଯାହାକୁ ଖାଇବା ପରେ 40ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବା ସହ ରକ୍ତ ବାନ୍ତି କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଛାତ୍ରଛାତ୍ରୀଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ସଦର ହସ୍ପିଟାଲ ଡାକ୍ତର ଏସଏସ ଖାଲିଦ ଏହଂ ସଞ୍ଜୟ ପ୍ରସାଦ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଛନ୍ତି।

ଅପରପକ୍ଷରେ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଥିବା ହସ୍ପିଟାଲରେ ସ୍କୁଲ କର୍ତ୍ତୃପକ୍ଷ ଏ ପହଞ୍ଚି ନାହାନ୍ତି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଭୋଗକୁ ଯାଞ୍ଚ ପାଇଁ ପଠାଯାଇଛି । ଏଥିସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ନେଇ ଲୋହରଦଗା ଜିଲ୍ଲା ଶିକ୍ଷାଧିକାରୀ ରତନ ସିଂହ କହିଛନ୍ତି।

ABOUT THE AUTHOR

...view details