ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା: କଣ କରିବେ, କଣ ନାହିଁ - Do's and Dont's during covid-19 lockdown

ମାରାତ୍ମକ କୋରୋନା ମୁକାବିଲା ପାଇଁ ସାରାଦେଶରେ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ସମୟରେ କଣ କରିବେ କଣ ନକରିବେ ଜାଣନ୍ତୁ ।

Do's and Dont's during covid-19 lockdown
କୋରୋନା ମୁକାବିଲା: କଣ କରିବେ, କଣ ନାହିଁ

By

Published : Apr 3, 2020, 6:35 PM IST

ମାରାତ୍ମକ କୋରୋନା ମୁକାବିଲା ପାଇଁ ସାରାଦେଶରେ ଲକଡାଉନ୍ । ସାରାବିଶ୍ବ ଏବେ କୋରୋନା କୋପର ଶିକାର ହୋଇଥିଲାବେଳେ ଭାରତ ବି ପ୍ରଭାବିତ ହୋଇଛି । ମହାମାରୀ କୋରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 25ରୁ ଦେଶରେ ଘୋଷଣା କରିଥିବା 21ଦିନିଆ ଲକ୍‌ଡାଉନ ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଛି । ସଂକ୍ରମଣ ଜଣକଠାରୁ ଅନ୍ୟଜଣକୁ ନ ବ୍ୟାପିବା ଉଦ୍ଦେଶ୍ୟରେ ହିଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

ଲକ୍‌ଡାଉନ୍ ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଛାଡଦେଲେ କେହି ବି ବାହାରକୁ ବାହାରିବା ଅନୁଚିତ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରେ ରହିବା ନିତାନ୍ତ ଜରୁରୀ । ଆବଶ୍ୟକ ସ୍ଥଳେ ପରିବାରର କେବଳ ଜଣେ ହିଁ ସୁସ୍ଥ ଲୋକ ହିଁ ବାହାରକୁ ଯିବା ଦରକାର । ପରିବାରରେ କେହି ଯଦି ଅସୁସ୍ଥ ଥାଆନ୍ତି ଓ ତାଙ୍କୁ ଯଦି ମେଡିକାଲ ସହାୟତା ଦରକାର ପଡେ, ତେବେ ନିକଟରେ ଥିବା ଏହି ସୁବିଧା ସମ୍ପର୍କରେ ଜଣେ ଜାଣିବା ଜରୁରୀ । ଲକଡାଉନବେଳେ ଜଣେ ଚାହିଁଲେ ବିଭିନ୍ନ ଉପାୟରେ ନିଜକୁ ସକାରାତ୍ମକ ଓ ପ୍ରଫୁଲ୍ଲିତ ରଖିପାରିବ । ଘରେ ରହିଲେ ବିରକ୍ତି ଲାଗିବା ସ୍ବାଭାବିକ । କିନ୍ତୁ ବେଳେବେଳେ ଲକ୍‌ଡାଉନ୍‌ ପିରିୟଡ୍ ଉପଭୋଗ୍ୟ ବି ହୋଇପାରିବ ।

ଲକଡାଉନ୍ ସମୟର ସଦୁପୋଯୋଗ

ଲକଡାଉନବେଳେ ଏକ ବ୍ୟସ୍ତବହୁଳ ସୂଚୀ ପ୍ରସ୍ତୁତ କରିବା ସହ ଜଣେ ନିଜକୁ ବ୍ୟସ୍ତ ରଖପାରିବ । ଅନେକ କିଛି କରିହେବ । ସଂଗୀତ ଶୁଣିବା, ବହି ପଢିବା, ଟିଭିରେ ମନୋରଂଜନ କାର୍‌ଯ୍ୟକ୍ରମ ଦେଖିବାରେ ବ୍ୟସ୍ତ ରହିଲେ ନକାରାତ୍ମକ ଭାବନା ଦୂରେଇଯିବ । ସବୁଦିନେ ଆମେ କୋରୋନା ଭାଇରସ ସଂପର୍କିତ ଖବର ଟିଭି, ସୋସିଆଲ୍ ମିଡିଆ, ଖବରକାଗଜ ଓ ଅନ୍ୟସୂତ୍ରରୁ ଜାଣିବାକୁ ପାଉଥାଉ । ଆଉ ଏହା ପରିସ୍ଥିତିକୁ ଭୟଙ୍କର କରିବା ସ୍ବାଭାବିକ ।

ଏଭଳି ଖବର ଜଣକୁ ଛାନିଆ କରିବା ସହ ତା ମନରେ ଭୟ ସଂଚାର କରେ । ଭୟପୂର୍ଣ୍ଣ ବାତାବରଣ ମଧ୍ୟରେ ଜଣେ ଜଣେ ଏଭଳି କାମ ସବୁ କରନ୍ତି, ଯାହା କି ସାଧାରଣ ପରିସ୍ଥିତିରେ ଚିନ୍ତା ବି କରାଯାଇ ନ ପାରେ । ତେଣୁ ନକାରାତ୍ମକ ଚିନ୍ତା ଦୂର ସହ ଆଶାବାଦୀ ହେବା ପାଇଁ ଲୋକେ ଚିତ୍ରାଙ୍କନ, ବାଡିବଗିଚା କାମ ଓ ସିଲାଇ ପରି ନିଜ ନିଜର ପୁରୁଣା ଭଲ ଅଭ୍ୟାସକୁ ପୁଣି ଆପଣାଇପାରିବେ । ନିଜର ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ବି ସମାନ ଗୁରୁତ୍ବପୂର୍ଣ୍ଣ ।

ଏଥିପାଇଁ ଖାଇବା ପିଇବା ଠିକ୍ କରିବା ଦରକାର । ଶାରୀରିକ ଭାବେ ଫିଟ୍ ରଖିବା ପାଇଁ ଘରଭିତରେ ସାଧାରଣ ବ୍ୟାୟାମ କରିବା ବି ଜରୁରୀ । ଏଭଳି ଏକ ଘଡିସନ୍ଧି ସମୟରେ ଅନ୍ୟମାନଙ୍କ ଇଚ୍ଛା ସମ୍ପର୍କରେ ବି ଆମକୁ ଜାଣିବାକୁ ପଡିବ । ଯଦି ଆମ ଆଖପାଖରେ କେହି ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ବିଷୟରେ ଜାଣିବାକୁ ଚାହାନ୍ତି, ତାହା ହେଲେ ସେମାନଙ୍କୁ ସହାୟତା କରିବା ଆବଶ୍ୟକ । ଏହାଛଡା ସ୍ଥିତି ନେଇ ଟିକେ ସଂଶୟରେ ପଡୁଥିବା ବୟସ୍କ ଲୋକଙ୍କୁ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ବି ଜରୁରୀ । ସେମାନେ ଆବଶ୍ୟକ କରୁଥିବା ଔଷଧ ବୋଲି ଜରୁରୀ ଜିନିଷ ଉପ ଧ୍ୟାନ ଦେବା ଆବଶ୍ୟକ । ଲକ୍‌ଡାଉନ୍ ସମୟରେ ପିଲାମାନଙ୍କୁ ଘରେ ବ୍ୟସ୍ତ ରଖି ସେମାନଙ୍କୁ ନୂଆ ନୂଆ କୌଶଳ ଶିଖାଯାଇପାରିବ । ସେମାନଙ୍କୁ ବିଭିନ୍ନ ଘରକାମ ବି ଶିଖାଯାଇପାରିବ । ଏହାଦ୍ବାରା ସେମାନେ ଉତ୍ସାହିତ ଓ ପ୍ରଫୁଲ୍ଲିତ ରହିପାରିବେ ।

ତଥ୍ୟକୁ ହଁ, ଗୁଜବକୁ ନା

ଅଧିକରୁ ଅଧିକ କୋଭିଡ-19 ମାମଲା ସାମନାକୁ ଆସୁଥିଲାବେଳେ ଏ ବାବଦରେ ବିଭ୍ରାନ୍ତିମୂଳକ ସୂଚନା ଓ ଫେକ୍ ନ୍ୟୁଜ୍ ସୋସିଆଲ ମିଡିଆରେ ଅଧିକ ବେଗରେ ପ୍ରସାରିତ ହେଉଛି । ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆପଣ ଅଧିକ ଜାଣିଲେ ହିଁ, ସେ ନେଇ ଆପଣ ଆଶ୍ବସ୍ତ ହେବେ । ବର୍ତ୍ତମାନ ସମୟରେ ଜଣେ କେବଳ ବିଶ୍ବସନୀୟ ସୂତ୍ର ଉପରେ ହିଁ ସୂଚନା ପାଇଁ ଭରସା କରିବା ଦରକାର । ସୋସିଆଲ୍ ମିଡିଆରେ ପୋଷ୍ଟ ହେଉଥିବା ଅତିରଞ୍ଜିତ ଓ ଉଡା ଖବର ଉପରୁ ନଜର ହଟାଇଦେଲେ ହିଁ ଭଲ । କାରଣ ଏପ୍ରକାର ଖବର କେବଳ ମାନସିକ ସ୍ଥିତି ବିଗାଡିଦିଏ । ଉଡା ଓ ଚାଞ୍ଚଲ୍ୟକର ଖବର ପ୍ରସାର ଓ ସେୟାର କରିବାରୁ ନିବୃତ ରହିବା ଜରୁରୀ ।

ଜଟିଳ ପରିସ୍ଥିତିରେ ଜଣେ ସକାରାତ୍ମକ ରହିବା ସହ ସକାରାତ୍ମକ ଚିନ୍ତା ବି କରିବା ଉଚିତ । ଆଜି କିଏ ଅସୁସ୍ଥ ହେଲା, କିଏ ମଲା ଏସବୁ ବିଷୟ ସବୁବେଳେ ଆଲୋଚନା ନ କରି କିଏ ସୁସ୍ଥ ହୋଇ ହସପିଟାଲରୁ ଫେରିଲା, ସେ ନେଇ ଜାଣିବା ଦରକାର । ହାତ ଧୋଇବା ଓ ସାମାଜିକ ଦୂରତ୍ୱ ପରି ଜଣାଶୁଣା ପରାମର୍ଶକୁ ମାନି ରହିଲେ ଭଲ ।

କୋଭିଡ-୧୯ ବିରୋଧରେ ଲଢେଇ ପାଇଁ ଜଣେ ରୋଗର ପ୍ରକୃତ ଲକ୍ଷଣ ସଂପର୍କରେ ଜାଣିବା ଜରୁରୀ । ଡାକ୍ତର ଓ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁସାରେ ସର୍ବସାଧାରଣରେ ଛିଙ୍କିବା,କାଶିବା ଓ ଛେପ ପକାଇବାରୁ ବିରତ ରହିବା ଜରୁରୀ । ଅବଶ୍ୟ ଅଧିକାଂଶ ସ୍ଥାନରେ କୋରୋନା ସଂକ୍ରମିତଙ୍କଠାରେ କେବଳ ସାମାନ୍ୟ ଲକ୍ଷଣ ଦେଖାଯାଇଥାଏ । ଏ କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତିଙ୍କୁ କେବଳ ସାମାଜିକ ଦୂରତ୍ବ ରଖିବାକୁ ପଡିବ । ତାଙ୍କୁ ହସ୍ପିଟାଲ୍ ଯିବା ଦରକାର ନାହିଁ । କେବଳ 2 ସପ୍ତାହ ପାଇଁ ଘରେ କଟକଣାରେ ରହିବାକୁ ପଡିବ । କେବଳ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଲୋକେ ହିଁ ହସପିଟାଲ ଯିବା ଜରୁରୀ । ଆଉ କ୍ଷେତ୍ରରେ ମଧ୍ୟ ଅଧିକାଂଶ ଆରୋଗ୍ୟ ହୋଇଥାନ୍ତି ।

ଶାନ୍ତ ରୁହନ୍ତୁ

ଲକଡାଉନ୍ ସମୟରେ କିଛି ଭାବପ୍ରବଣତା ଜନିତ ସମସ୍ୟା ଉପୁଜିପାରେ । କିନ୍ତୁ କିଛି ପରାମର୍ଶ ପାଳନ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ । ଏଭଳି ସମୟରେ ମନ ଅସ୍ଥିର ରହିପାରେ । ଏଥିପାଇଁ କିଛି ମିନିଟ ଧୀରେ ଧୀରେ ନିଶ୍ବାସ ନେବା ଅଭ୍ୟାସ କରିବା ଉଚିତ । ମନ ଅସ୍ଥିର ନ ହେବା ପାଇଁ ସବୁ ନକାରାତ୍ମକ ଚିନ୍ତାରୁ ଦୂରରେ ରହିବା ଦରକାର । ବିରକ୍ତି ଓ ରୋଷ ଅନୁଭବ କଲେ ମନ ଏବଂ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ କିଛି ସମୟ ଧ୍ୟାନ ସହ 10ରୁ 1 ଓଲଟା ଗଣନା ମଧ୍ୟ ବେଶ ସହାୟକ ହେବ । ଯଦି ଜଣେ ବ୍ୟକ୍ତି ଏକାକୀ ଓ ଦୁଃଖିତ ଅନୁଭବ କରନ୍ତି,ତାହା ହେଲେ ସେ ତାଙ୍କର ଏଭଳି ଅବସ୍ଥା ନେଇ ଅନ୍ୟକୁ କହିବା ଦରକାର । କାରଣ କଥାବାର୍ତ୍ତା ଦ୍ବାରା ହିଁ ଅନେକ ସମସ୍ୟାର ସମାଧାନ ହୋଇପାରିବ ।

କଥାବାର୍ତା ଫଳରେ ଜଣେ ନିଜ ପରିବାର ସହ ଭଲଭାବେ ସଂପୃକ୍ତ ହୋଇପାରିବ । ଭୁଲିଯାଇଥିବା ଜଣେ ବନ୍ଧୁ ଓ ସଂପର୍କୀୟମାନଙ୍କ ସହ କଥାବାର୍ତା କଲେ ବି ଶାନ୍ତି ମିଳିପାରିବ ଓ ମନ ସ୍ଥିର ରହିପାରିବ । ଖୁସି ଓ ଆନନ୍ଦଦାୟକ ଘଟଣା, ନିଜ ନିଜର ସମାନ ପସନ୍ଦ, ରୋଷେଇ ଟିପ୍ସ ଓ ଗୀତସଂଗୀତ ସଂପର୍କରେ ଆଲୋଚନା କଲେ ମଧ୍ୟ ଜଣେ ମନକୁ ସ୍ଥିର ରଖିପାରିବ । ଯଦି ଜଣେ ନିଜକୁ ବେଶ୍ ଅସହାୟ ଓ ଅସୁରକ୍ଷିତ ମଣନ୍ତି, ତାହା ହେଲେ ସେ କୌଣସି ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ବା ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।

ଆବଶ୍ୟକ ହେଲେ ମେଡିକାଲ ସହାୟତା

ଲକଡାଉନ୍‌ବେଳେ ବିରକ୍ତିବୋଧରୁ ମୁକ୍ତି ପାଇଁ ମଦ୍ୟପାନ ଓ ଧୂମପାନ ଆଦୌ ବିକଳ୍ପ ନୁହେଁ । ସମସ୍ତେ ଏହା ମନେରଖିବା ଆବଶ୍ୟକ । ମଦ୍ୟପାନ ଓ ଧୂମପାନର ସାହାରା ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ । ଏହାଛଡା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରେ । ମାନସିକ ଅବସାଦରେ ରହି ମଦ୍ୟପାନର ସାହାରା ନେଉଥିବା ଲୋକେ ଡାକ୍ତରୀ ପରାମର୍ଶ ଗ୍ରହଣ କରିବା ଦରକାର । ଯଦି ଜଣେ କୋଭିଡ-19 ଦ୍ବାରା ସଂକ୍ରମିତ, ତେବେ ତାଙ୍କର ଉପଯୁକ୍ତ ଧ୍ୟାନ ଓ ଯତ୍ନ ନେବା ଆବଶ୍ୟକ । ସଂକ୍ରମଣ ନ ବ୍ୟାପିବା ପାଇଁ ଜଣେ ସାମାଜିକ ଦୂରତ୍ବ ରଖିବା ଜରୁରୀ, କିନ୍ତୁ ଏଥିପାଇଁ ସଂକ୍ରମିତଙ୍କୁ ଅଲଗା ଦୃଷ୍ଟିରେ ଦେଖିବା ଅନୁଚିତ । ଜଣେ ଯଦି ଆକ୍ରାନ୍ତ ବୋଲି ଆମେ ଜାଣିବା ତାହା ହେଲେ, ତାଙ୍କୁ ଉପଯୁକ୍ତ ଡାକ୍ତରୀ ସହାୟତା କିପରି ମିଳିପାରିବ, ସେ ଦିଗରେ ସହାୟତା କରିବା । ସାମାନ୍ୟ ଲକ୍ଷଣ ଦେଖାଦେଲେ ଛାନିଆ ନ ହୋଇ ଏକାନ୍ତବାସରେ ରହି ଚିକିତ୍ସାକଲେ ଜଣେ ଦ୍ରୁତ ଆରୋଗ୍ୟ ଲାଭ କରିପାରିବ ।

ସୁସ୍ଥତା ପରବର୍ତ୍ତୀ ଅବସ୍ଥା

କୋଭିଡ ସଂକ୍ରମଣରୁ ସୁସ୍ଥତା ପରେ ଜଣେ ତ ନିଶ୍ଚିତ ଭାବେ ଖୁସି ହେବ । କିନ୍ତୁ ଏହା ପରେ ସେ ମାନସିକ ଅବସାଦରେ ରହିପାରନ୍ତି । କାରଣ ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ଭାବ୍ୟ ଅସୁସ୍ଥତା ନେଇ ସୁସ୍ଥ ହୋଇଥିବା ରୋଗୀ ଚିନ୍ତିତ ହୋଇପାରନ୍ତି । ଏଭଳି ସ୍ଥିତିରେ ବୁଝିବିଚାରି କାମ କରିବା ଉଚିତ । ସକାରାତ୍ମକ ଚିନ୍ତନ ଓ ଅନୁକୂଳ ପରିବେଶ ହିଁ କୋରୋନା ସଂକ୍ରମଣ ଜନିତ ଅବସାଦରୁ ମୁକ୍ତି ମିଳିପାରିବ । ଡାକ୍ତରଙ୍କ ପରାମର୍ଶ ବି ନିଆଯାଇପାରେ ।

ଏକାନ୍ତବାସ ଚ୍ୟାଲେଞ୍ଜ ଆଗରୁ ମାନସିକ ରୋଗର ସାମନା କରିଥିବା କୋରୋନା ରୋଗୀ ଏକାନ୍ତବାସରେ ନୂଆ ନୂଆ ଆହ୍ୱାନର ସମ୍ମୁଖୀନ ହୋଇପାରନ୍ତି । ମାନସିକ ରୋଗ ଭଳି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି କୋରୋନା ରୋଗୀ । ସାମାଜିକ ଦୂରତ୍ବ ଭଳି ବ୍ୟବସ୍ଥା ସଂକ୍ରମିତଙ୍କୁ ଆହୁରି ବିରକ୍ତ କରେ । ଜଣେ ଯଦି ମେଡିସିନ ଓ ଡାକ୍ତରୀ ପରାମର୍ଶ ସହଜରେ ପାଉନାହାନ୍ତି, ସେମାନଙ୍କୁ ସମସ୍ତେ ସହାୟତା କରିବାକୁ ଆଗେଇ ଆସିବା ଦରକାର । ହେଲଥ ହେଲପଲାଇନ ଜରିଆରେ ରୋଗୀଙ୍କ ସହାୟତା କରାଯାଇପାରିବ । ମନେରଖିବା ଦରକାର ଯେ, ବର୍ତମାନର କଠିନ ପରିସ୍ଥିତିରେ ଦୃଢ ମାନସିକ ଶକ୍ତି ଦ୍ବାରା ହିଁ ଜଣେ ଲଢେଇ ସହଜରେ ଜିତିପାରିବ ।

ABOUT THE AUTHOR

...view details