ଓଡିଶା

odisha

ETV Bharat / bharat

‘କାଶ୍ମୀର ଓ ପଞ୍ଜାବରୁ ଦୂରେଇ ରୁହ’ - Punjab CM to Pak

କରତାରପୁର କରିଡର ବ୍ୟତୀତ ପଞ୍ଜାବ ମୁଖ୍ୟମନ୍ତ୍ରୀ, ପାକିସ୍ତାନକୁ କାଶ୍ମୀର ଓ ପଞ୍ଜାବ ଉପରେ ନଜର ନପକାଇବାକୁ ଚେତାବନୀ ଦେଇଛନ୍ତି ।

ଫାଇଲ ଫଟୋ

By

Published : Nov 10, 2019, 11:51 AM IST

Updated : Nov 10, 2019, 2:52 PM IST

ଗୁରୁଦାସପୁର: ଶନିବାର କରତାରପୁର ଯିବା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । କାଶ୍ମୀର ମାମଲାରୁ ଦୂରରେ ରହିବାକୁ ଓ ପଞ୍ଜାବ ଉପରେ ଦୃଷ୍ଟି ନପକାଇବାକୁ କହିଛନ୍ତି ଅମରିନ୍ଦର ସିଂହ । ପାକିସ୍ତାନର ଖରାପ ଉଦ୍ଦେଶ୍ୟ ପୂର୍ଣ୍ଣ ହେବନାହିଁ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଭାରତ କେବଳ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁଛି ଓ ଆଶା କରେ ପାକିସ୍ତାନ ଏକଥା ବୁଝିପାରିବ ବୋଲି କହିଛନ୍ତି ଅମରିନ୍ଦର ।

ଶନିବାର କରତାରପୁର କରିଡର ଦେଇ ଅତିକ୍ରମ କରିଥିବା 550 ତୀର୍ଥଯାତ୍ରୀଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ମଧ୍ୟ ଯାଇଥିଲେ । କରିଡରଟି ପାକିସ୍ତାନର ଗୁରୁଦ୍ବାର ଦରବାର ସାହିବ ସହ ଯୋଡି ହୋଇଛି । ସେଠାରେ ଗୁରୁ ନାନକ ଦେବ ଶେଷଥର ଆଶ୍ରୟ ନେଇଥିଲେ । ସେ ଏହା ମଧ୍ୟ କହିଥିଲେ କି, ପାକିସ୍ତାନ ଅନେକ ସମୟରେ ପଞ୍ଜାବକୁ ଟାର୍ଗେଟ କରୁଛି କିନ୍ତୁ ପଞ୍ଜାବୀ ଏହାକୁ ଗ୍ରହଣ କରିବେ ନାହିଁ । ପାକିସ୍ତାନର ଖରାପ ଉଦ୍ଦେଶ୍ୟ ପୂରଣ ହେବାକୁ ଦିଆଯିବନି ବୋଲି କହିଥିଲେ । ଅନ୍ୟପକ୍ଷେ ପଞ୍ଜାବୀ ବାହାଦୁର ସେମାନେ ଚୁଡି ପିନ୍ଧି ନାହାଁନ୍ତି ବୋଲି କହିଥିଲେ ।

ପାକିସ୍ତାନକୁ ବିକାଶ, ଶିକ୍ଷା, ଯାତାୟତ, ପାନୀୟ ଜଳ ଆଦିରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରତାରପୁରର ‘ଖୁଲେ ଦରବାର ଦି ଦାର୍’ ସବୁ ଶିଖ୍ ମାନଙ୍କ ପାଇଁ ସ୍ବପ୍ନ ଥିଲା । 1947ର ବିଭାଜନ ସମୟରେ ପଞ୍ଜାବର ଅନେକ ଧର୍ମପୀଠ ପାକିସ୍ତାନ ଅଧୀନକୁ ଚାଲିଯାଇଥିଲା । ଦୀର୍ଘ 70 ବର୍ଷ ପରେ ପଞ୍ଜାବର ଜନତାଙ୍କୁ ସୁଯୋଗ ମିଳିଛି ଗୁରୁ ନାନକ ଦେବଙ୍କ ସାହିବର ଦର୍ଶନ କରିବାକୁ ।

ଅନ୍ୟପକ୍ଷେ ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଏହା ଏକ ଐତିହାସିକ ଦିନ ବୋଲି ଟ୍ବିଟ କରି ସେ କହିଛନ୍ତି । ପଞ୍ଜାବରେ ହେଉଥିବା ଫସଲ ଜଳାକୁ ନେଇ ଲୋକଙ୍କୁ ପରିବେଶ ସୁରକ୍ଷା ପାଇଁ ସଚେତନର ବାର୍ତ୍ତା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।

Last Updated : Nov 10, 2019, 2:52 PM IST

ABOUT THE AUTHOR

...view details