ବେଙ୍ଗାଲୁରୁ: ଦୟାକରି ଆମକୁ ଛାଡି ଯାଅ ନାହିଁ । ଆପଣଙ୍କ ବିନା ଆମେ କିଛି ନୁହେଁ । ଏ ହେଉଛି ସେଇ କୁନି କୁନି ଛାତ୍ରଛାତ୍ରୀଙ୍କ କୋହଭରା କଣ୍ଠର ସ୍ବର। ଯେଉଁମାନେ ନିଜର ପ୍ରିୟ ଶିକ୍ଷୟିତ୍ରୀ ରଜନୀଙ୍କୁ ହରାଇବାକୁ ଚାହୁଁନାହାନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର ବିରାପୁରମସ୍ଥିତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ଶିକ୍ଷୟିତ୍ରୀଙ୍କ ବଦଳି, କାନ୍ଦିଲେ ଛାତ୍ରଛାତ୍ରୀ - ଶିକ୍ଷୟିତ୍ରୀଙ୍କ ବଦଳିରେ କାନ୍ଦିଲେ ଛାତ୍ରଛାତ୍ରୀ
ଦୟାକରି ଆମକୁ ଛାଡି ଯାଅ ନାହିଁ । ଆପଣଙ୍କ ବିନା ଆମେ କିଛି ନୁହେଁ । ଏ ହେଉଛି ସେଇ କୁନି କୁନି ଛାତ୍ରଛାତ୍ରୀଙ୍କ କୋହଭରା କଣ୍ଠର ସ୍ବର । ଯେଉଁମାନେ ନିଜର ପ୍ରିୟ ଶିକ୍ଷୟତ୍ରୀ ରଜନୀଙ୍କୁ ହରାଇବାକୁ ଚାହୁଁନାହାନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର ବିରାପୁରମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ଶିକ୍ଷୟିତ୍ରୀ ରଜନୀ ବିଗତ ଆଠ ବର୍ଷ ହେବ ଏହି ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ସେ ଛାତ୍ରଛାତ୍ରୀଙ୍କୁ ସବୁବେଳେ ଶ୍ରଦ୍ଧାର ସହ ପାଠ ପଢାଉଥିଲେ। ସେଥିପାଇଁ ସେ ସବୁ ଛାତ୍ରଛାତ୍ରୀଙ୍କର ପ୍ରିୟ ଶିକ୍ଷୟିତ୍ରୀ ଥିଲେ । କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ଅଭିଭାବକଙ୍କ ପ୍ରିୟ ଥିଲେ । ତେବେ ରଜନୀଙ୍କୁ ମାରାଲି ଜିଲ୍ଲାରେ ଥିବା ଅନ୍ୟ ଏକ ସ୍କୁଲକୁ ବଦଳି କରାଯାଇଥିବାରୁ ଶନିବାର ସ୍କୁଲରେ ତାଙ୍କର ଶେଷ ଦିନ ଥିଲା ।