ଓଡିଶା

odisha

ETV Bharat / bharat

‘ତବଲିଗୀ ଜମାତକୁ ଧାର୍ମିକ ରଙ୍ଗ ଦିଅନ୍ତୁ ନାହିଁ’ - Tablighi Jamaat

ଗତ ମାସରେ ନୂଆଦିଲ୍ଲୀରେ ଥିବା ତବଲିଗୀ ଜମାତକୁ ଏକ ଆଧ୍ୟାତ୍ମିକ ଘଟଣା ବୋଲି କହି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏହାକୁ ଧାର୍ମିକ ରଙ୍ଗ ନ ଦେବାକୁ ଅନୁରୋଧ କରିଛନ୍ତି ।

AP CM
ତବଲିଗୀ ଜମାତ

By

Published : Apr 5, 2020, 1:12 PM IST

ଆନ୍ଧ୍ରପ୍ରଦେଶ: ଗତ ମାସରେ ନୂଆଦିଲ୍ଲୀରେ ଥିବା ତବଲିଗୀ ଜମାତକୁ ଏକ ଆଧ୍ୟାତ୍ମିକ ଘଟଣା ବୋଲି କହି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏହାକୁ ଧାର୍ମିକ ରଙ୍ଗ ନ ଦେବାକୁ ଅନୁରୋଧ କରିଛନ୍ତି । ଏହାସହ ଏହା ଏକ ଅପରାଧ ବୋଲି ମଧ୍ୟ କହିବା ଭୁଲ ବୋଲି ସେ କହିଛନ୍ତି ।

ଏକ ଭିଡିଓ ଜାରି କରି ଏପରି ଘଟଣା ଅନ୍ୟ ଧାର୍ମିକ ଘଟଣାରେ ମଧ୍ୟ ଘଟିପାରେ ବୋଲି ସେ କହିଛନ୍ତି । ଏହା ଦୁର୍ଭାଗ୍ୟଜନକ ଯେ, ଏହି ରୋଗ ଦଳରୁ ବ୍ୟାପିଛି ଯେଉଁଥିରେ କେତେକ ବିଦେଶୀ ଆଧ୍ୟାତ୍ମିକ ପ୍ରତିନିଧି ମଧ୍ୟ ଅଂଶଗ୍ରହଣ କରିଥିଲେ | ସେହି ବିଦେଶୀମାନଙ୍କ ମଧ୍ୟରୁ କେତେକଙ୍କର କୋରୋନା ଭାଇରସ ଥିଲା ଏବଂ ଏହା ଆମ ଲୋକଙ୍କ ନିକଟରେ ପ୍ରସାରିତ ହୋଇଥିଲା ।

ଆମର ଶ୍ରୀ ଶ୍ରୀ ରବି ଶଙ୍କର (ଆର୍ଟ ଅଫ୍ ଲିଭିଂ), ଜଗି ଭାସୁଦେବ (ଇଶା ଫାଉଣ୍ଡେସନ୍), ମାତା ଅମୃତାନନ୍ଦମୟୀ, ପଲ୍ ଦିନାକରନ୍ କିମ୍ବା ଜନ୍ ୱେସଲିଙ୍କ ଭଳି ଆଧ୍ୟାତ୍ମିକ ନେତା ଅଛନ୍ତି। ଭାରତ ଏବଂ ବିଦେଶରେ ସେମାନଙ୍କର ହଜାର ହଜାର ଲକ୍ଷ ଅନୁଗାମୀ ଅଛନ୍ତି ଓ ସେମାନେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜିତ କରିଥାନ୍ତି ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋରୋନା ଭାଇରସର କୌଣସି ଧର୍ମ ନାହିଁ କିମ୍ବା ଔଷଧ ନାହିଁ। ଏହାର କୌଣସି ଧନୀ-ଗରିବ ଭେଦଭାବ ନାହିଁ । ଦେଶ ମଧ୍ୟରେ ଏହାର କୌଣସି ପାର୍ଥକ୍ୟ ନାହିଁ । ଏହି ଯୁଦ୍ଧରେ ଆମର ଶତ୍ରୁ ହେଉଛି କୋରୋନା ନାମକ ଏକ ଅଦୃଶ୍ୟ ଜୀବାଣୁ ବୋଲି ଜଗନ୍ ମୋହନ ରେଡ୍ଡୀ କହିଛନ୍ତି ।

@ANI

ABOUT THE AUTHOR

...view details