ନୂଆଦିଲ୍ଲୀ: କୋରୋନା ମୁକାବିଲାରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ନିଜ ଇଚ୍ଛା ମୁତାବକ ଗାଇଡଲାଇନ କରିପାରିବେ ନାହିଁ । କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ ସମସ୍ତେ ପାଳନ କରିବାକୁ ବାଧ୍ୟ । ଏନେଇ ଆଜି କେନ୍ଦ୍ର ଶାସନ ସଚିବ ସମସ୍ତ ରାଜ୍ୟକୁ ଚିଠି ଲେଖି ଜଣାଇଛନ୍ତି ।
ସଚିବ ଅଜୟ ଭଲ୍ଲା ଲେଖିଛନ୍ତି, ରବିବାର ଠାରୁ କେତେକ ରାଜ୍ୟ ନିଜସ୍ବ ଏକ ଗାଇଡଲାଇନ ପ୍ରସ୍ତୁତ କରି ଲକଡାଉନ କୋହଳ ଘୋଷଣା କରିଛନ୍ତି । ଲକ ଡାଉନ ସମୟରେ କଣ କୋହଳ ହେବ ସେ ବିଷୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ହିଁ ଗାଇଡଲାଇନ ଜାରି କରିବେ । ତେଣୁ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ହୋଇଥିବା ଗାଇଡଲାଇନ ହିଁ ପାଳନ କରିବାକୁ ହେବ ବୋଲି ଭଲ୍ଲା କହିଛନ୍ତି । କେବଳ କୋରୋନା ସଂକ୍ରମିତ ହୋଇନଥିବା ଅଞ୍ଚଳରେ ଏପ୍ରିଲ 20ରୁ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।