ଓଡିଶା

odisha

By

Published : Jul 31, 2020, 6:13 PM IST

ETV Bharat / bharat

ଘରୋଇ ବିମାନ ଚଳାଚଳ ସୁରୁଖୁରୁରେ ଚାଲିଛି: ବିମାନ ଚଳାଚଳ ମନ୍ତ୍ରୀ

କୋରୋନା କାରଣରୁ ଲାଗୁହୋଇଥିବା ଲକଡାଉନର 68 ଦିନ ପରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି । ଯାହା ବର୍ତ୍ତମାନ ସୁରୁଖୁରୁରେ ଚାଲିଛି ବୋଲି ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି।

domestic flights
ଘରୋଇ ବିମାନ ଚଳାଚଳ ସୁରୁଖୁରୁରେ ଚାଲିଛି

ନୂଆଦିଲ୍ଲୀ:ଦେଶରେ ଦ୍ରୁତ ଗତିରେ କୋରୋନା ମାମଲା ବଢିଚାଲିଛି । ଦୈନିକ ରେକର୍ଡ ସଂଖ୍ୟାକ ପଜିଟିଭ ଚିହ୍ନଟ ହେଉଛନ୍ତି । ଏପଟେ କୋରୋନା ଲକଡାଉନ କୋହଳ ହେବା ପରେ ଆରମ୍ଭ ହୋଇଥିବା ଘରୋଇ ବିମାନ ସେବାକୁ 68 ଦିନ ପୁରୁଛି । ଏହା ମଧ୍ୟରେ ଏହା ମଧ୍ୟରେ ଦେଶରେ କୋରୋନା କାରଣରୁ ଲାଗୁହୋଇଥିବା ଲକଡାଉନର 68 ଦିନ ପରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି । ଯାହା ବର୍ତ୍ତମାନ ସୁରୁଖୁରୁରେ ଚାଲିଛି ବୋଲି ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି।

ଏଥିସହ ମନ୍ତ୍ରୀ ଟ୍ବିଟ ଯୋଗେ କହିଛନ୍ତି, ଘରୋଇ ବିମାନ ଚଳାଚଳ ସୁରୁଖୁରୁରେ ଚାଲିଛି । ଜୁଲାଇ 30 ସୁଦ୍ଧା ମୋଟ 840 ବିମାନ ଉଡାଣ ଭରିଥିବା ବେଳେ 837 ବିମାନ ଏୟାରପୋର୍ଟରେ ପହଞ୍ଚିଛି । 840 ବିମାନରେ 74451 ଯାତ୍ରୀ ଯାତ୍ରା କରିଥିବା ବେଳେ 837 ବିମାନରେ 72043 ଯାତ୍ରୀ ପହଞ୍ଚିଛନ୍ତି । 68 ଦିନ ମଧ୍ୟରେ ବିମାନ ମୋଟ 1677 ଥର ଯାତାୟତ କରିଛି ।

ଘରୋଇ ବିମାନ ଚଳାଚଳ ସୁରୁଖୁରୁରେ ଚାଲିଛି

ପ୍ରକାଶ ଥାଉକି, କୋରୋନା ମହାମାରୀ ଏବଂ ଲକଡାଉନ କାରଣରୁ ଗତ ମାର୍ଚ୍ଚ ମାସରେ ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଚଳାଚଳ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଗତ ମେ 25ରେ ପୁଣି ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିଲା।

ABOUT THE AUTHOR

...view details