ନୂଆଦିଲ୍ଲୀ: ଦେଶରେ ବିମାନ ଚଳାଚଳକୁ ସ୍ଵାଭାବିକ କରିବା ପାଇଁ ବଡ ନିଷ୍ପତ୍ତି । ବିମାନ ଉଡ଼ାଣ ସେବା 25 ମେ ରୁ ଆରମ୍ଭ ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।
ମେ 25ରୁ ଆରମ୍ଭ ହେବ ଘରୋଇ ବିମାନ ଚଳାଚଳ - ମେ 25ରୁ ବିମାନ ଚଳାଚଳ
ଦେଶରେ ଲକଡାଉନର ଚତୁର୍ଥ ଚରଣ ମେ 31 ପର୍ଯ୍ୟନ୍ତ ଜାରି ରହିଛି । ଏହି ସମୟ ମଧ୍ୟରେ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ କରି କହିଛନ୍ତି ଯେ ଆସନ୍ତା 25 ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ । ସମସ୍ତ ବିମାନବନ୍ଦରକୁ ମେ 25 ରୁ ସେବା ଦେବା ପାଇଁ ପ୍ରସ୍ତୁତ ରହିବାକୁ ସେ ସୂଚିତ କରିଛନ୍ତି ।
ଏଥିପାଇଁ ସମସ୍ତ ବିମାନବନ୍ଦର ଓ ବିମାନ ଚଳାଚଳ କମ୍ପାନୀ ଏଥିପାଇଁ ପ୍ରସ୍ତୁତ ହେବା ଉଚିତ୍ ବୋଲି ସେ କହିଛନ୍ତି । ସେ ଟ୍ବିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯାତ୍ରୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଅପରେଟିଂ ପଦ୍ଧତି ମନ୍ତ୍ରଣାଳୟ ଦ୍ବାରା ପୃଥକ ଭାବେ ଜାରି କରାଯାଇଛି।
ଦେଶରେ ଲକଡାଉନର ଚତୁର୍ଥ ଚରଣ ମେ 31 ପର୍ଯ୍ୟନ୍ତ ଜାରି ରହିଛି । ଏହି ସମୟ ମଧ୍ୟରେ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ କରି କହିଛନ୍ତି ଯେ ଆସନ୍ତା 25 ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ । ସମସ୍ତ ବିମାନବନ୍ଦରକୁ ମେ 25 ରୁ ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ରହିବା ପାଇଁ ସେ ସୂଚିତ କରିଛନ୍ତି ।