ଓଡିଶା

odisha

ETV Bharat / bharat

ଲାଡେନ ପୁଅର ଠିକଣା କହିଲେ ମିଳିବ 10 ଲକ୍ଷ ଡଲାର - 10 ଲକ୍ଷ ଡଲାର

କୁଖ୍ୟାତ ଆତଙ୍କବାଦୀ ଓସମା ବିନ ଲାଡେନ ପୁଅର ଠିକଣା ବତାଇଲେ ମିଳିବ 10 ଲକ୍ଷ ଡଲାରର ପୁରସ୍କାର। ଏଭଳି ଘୋଷଣା କରିଛି ଆମେରିକୀୟ ବୈଦେଶିକ ମନ୍ତ୍ରାଳୟ।

ଫାଇଲ ଫଟୋ

By

Published : Mar 1, 2019, 12:55 PM IST

ନ୍ୟୁୟର୍କ: କୁଖ୍ୟାତ ଆତଙ୍କବାଦୀ ଓସମା ବିନ ଲାଡେନ ପୁଅର ଠିକଣା ବତାଇଲେ ମିଳିବ 10 ଲକ୍ଷ ଟଙ୍କାର ପୁରସ୍କାର। ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏପରି ଘୋଷଣା କରିଛି। ଅନ୍ତଃରାଷ୍ଟ୍ରିୟ ଆତଙ୍କବାଦୀ ଓସମା ବିନ ଲାଡେନର ପୁଅ ହମଜା ବିନ୍ ଲାଡେନ ତା ବାପା ହତ୍ୟାର ପ୍ରତିଶୋଧ ନେବା ପାଇଁ ଷଡଯନ୍ତ୍ର କରୁଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ସରକାର ହମଜା ଉପରେ 10 ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଓସମା ବିନ ଲାଡେନର ମୃତ୍ୟୁ ପରେ ପ୍ରତିଶୋଧ ପରାୟଣ ହୋଇଉଠିଛି ଲାଡେନର ପୁଅ ହମଜା ବିନ ଲାଡେନ । ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ର ଉପରେ ଆକ୍ରମଣ କରିବାକୁ ମଧ୍ୟ ଯୋଜନା କରୁଛି। ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ମୁଖ୍ୟ ଲାଡେନର ମୃ୍ତ୍ୟୁ ପରେ ଗତ କିଛି ଦିନ ହେବ ଶାନ୍ତ ପଡିଛି ଏହି ସଙ୍ଗଠନ। ଏହା କେବଳ ରଣନୈତିକ ଚୁପ୍ ବୋଲି ଆମେରିକାର ବୈଦେଶିକ ମନ୍ତ୍ରାଳୟ କହିଛି।

ସୂଚନା ଅନୁଯାୟୀ, ଲାଡେନର ମୃତ୍ୟୁ ପରେ ତାର 3ଟି ସ୍ତ୍ରୀ ଓ ସନ୍ତାନ ସାଉଦ ଆରବରେ ରହୁଛନ୍ତି। ସେଠାରେ ସେମାନଙ୍କୁ ପୂର୍ବ ଶେହଜାଦା ମହମ୍ମଦ ବିନ୍ ନାଏକ୍ ଶରଣ ଦେଇଛନ୍ତି।

ABOUT THE AUTHOR

...view details