ଓଡିଶା

odisha

ETV Bharat / bharat

କୁକୁରଙ୍କ ଶିକାର ସାଜିଲା ଚିତା

ଜଙ୍ଗଲି କୁକୁରଙ୍କ ହାବୁଡରେ ଚିତା ବାଘ । କୁକୁରଙ୍କ ଶିକାରରେ ଲହୁଲୁହାଣ ହେଲା ବାଘ ।

By

Published : Jun 19, 2019, 10:53 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଜଙ୍ଗଲରେ ବାଘକୁ ସବୁ ଜନ୍ତୁମାନେ ଡରନ୍ତି । ବାଘର ଆଖପାଖକୁ ଆସିବା ପାଇଁ ମଧ୍ୟ କେହି ସାହସ କରିନଥାନ୍ତି । କାରଣ ବାଘର ପଞ୍ଝାରେ ଯିଏ ପଡିଯାଏ ତାର ବଞ୍ଚିବା ମୁସ୍କିଲ ହୋଇପଡିଥିଲା । ତେବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିବାପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ସାଧାରଣତଃ ଆପଣ ଦେଖିଥିବେ ଚିତାବାଘ କୁକୁରଙ୍କର ଶିକାର ଅତି ସହଜରେ କରିଥାଏ । ଯେଉଁଥିପାଇଁ ବାଘର ଆଖପାଖକୁ ଯିବାପାଇଁ କୁକୁରମାନେ ଭୟ କରିଥାନ୍ତି ।

କିନ୍ତୁ ଗୁଜୁରାଟର ଗିର ଜଙ୍ଗଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଚିତାବାଘକୁ 10 ରୁ 12 ଜଙ୍ଗଲି କୁକୁର ଘେରିଯାଇ ତାକୁ କାମୁଡି ଲହୁଲୁହାଣ କରିଛନ୍ତି । କୁକୁରଙ୍କ କବଳରୁ ବଞ୍ଚିବା ପାଇଁ ଚିତା ବାଘଟି ପ୍ରାଣପ୍ରଣେ ଚେଷ୍ଟା ଚଳାଇଛି ହେଲେ ସେ ବିଫଳ ହେଉଛି । ହେଲେ କୁକୁରମାନେ କିନ୍ତୁ ତାଙ୍କ ଜିଦରେ ଅଟଳ । ଶେଷରେ ଜଙ୍ଗଲି କୁକୁରମାନେ ଚିତା ବାଘଟିକୁ ପୁରା କ୍ଷତବିକ୍ଷତ କରି ଅଧାମରା କରି ଛାଡିପଳାଉଛନ୍ତି ।

For All Latest Updates

ABOUT THE AUTHOR

...view details