ଓଡିଶା

odisha

ETV Bharat / bharat

ହେଲମେଟ ପିନ୍ଧି କୁକୁର ଚାଲିଲା ବଜାର ବୁଲି, ଫଟୋ ପୁଣି ଭାଇରାଲ - ନୂଆ ମୋଟର ଯାନ ନିୟମ

ନୂତନ ଟ୍ରାଫିକ ନିୟମ ସମସ୍ତଙ୍କ ଛାତିରେ ଏକ ପ୍ରକାର ଛନକା ଆଣିଦେଇଛି। ଏହି ନିୟମ ନମାନିଲେ ପକେଟରୁ ଖସୁଛି ମୋଟା ଅଙ୍କର ଟଙ୍କା। ତେବେ ଏହି ନିୟମରୁ ବାଦ ପଡିନି କୁକୁର। ଗାଡିରେ ଯିବା ସମୟରେ ହେଲମେଟ ପିନ୍ଧି ଯାତ୍ରା କରିଛି। ଅଧିକ ଖବର ପଢନ୍ତୁ...

ହେଲମେଟ ପିନ୍ଧି କୁକୁର ଚାଲିଲା ବଜାର ବୁଲି, ଫଟୋ ପୁଣି ଭାଇରାଲ

By

Published : Oct 24, 2019, 1:44 AM IST

ନୂଆଦିଲ୍ଲୀ: ନୂଆ ମୋଟର ଯାନ ନିୟମ ପ୍ରଣୟନ ପରେ ଏହି ନିୟମକୁ ନେଇ ଅନେକ ମିମ୍ସ ଓ ଜୋକ୍ସ ସବୁ ସୋସିଆଲ ମିଡିଆରେ ଘୂରି ବୁଲୁଛି। କିନ୍ତୁ ଏହି ସମୟରେ ଏପରି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ହସି ହସି ବେଦମ ହୋଇଯିବେ।

ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ ସୁରକ୍ଷିତ ପାଇଁ ଟ୍ରାଫିକ ପୋଷ୍ଟରେ ହେଲମେଟ ପିନ୍ଧିବାକୁ ସଚେତନ କରାଯାଉଛି। ଏପିରିକି ଫାଇନକୁ କୋହଳ କରି ଫୁଲତୋଡା ଓ ଚକୋଲେଟ ଦେଇ ଚାଳକଙ୍କୁ ବୁଝାଉଛନ୍ତି ଟ୍ରାଫିକ ଡିଏସପି।

ତେବେ ଏହି ସଚେତନତା କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇଛି କୁକୁର। ଯାହାଫଳରେ ଗାଡିରେ ନିଜ ମାଲିକ ସହ ଯିବା ସମୟରେ କୁକୁର ନିଜେ ମଧ୍ୟ ହେଲମେଟ ପିନ୍ଧିଛି ।

ଏହି ଘଟଣାଟି ହେଉଛି ଦିଲ୍ଲୀର। ପ୍ରକୃତରେ ଏହା ଅନେକ ଦିନ ତଳର ଫଟୋ। ଏହାକୁ ପ୍ରଥମେ 2015ରେ ସେୟାର କରାଯାଇଥିବା ବେଳେ ଏବେ ନୂତନ ମୋଟର ଯାନ ପରେ ପୁନର୍ବାର ଏହି ଫଟୋକୁ ସେୟରା କରାଯାଇଛି। ତେବେ ଟ୍ବିଟରରେ ଏହି ଫଟୋକୁ ନେଇ ଅନେକ ପ୍ରତିକ୍ରିୟା ମିଳିଥିବା ବେଳେ ଏହି ଫଟୋକୁ ବ୍ୟବହାର କରି ଜନ ସଚେତନତା ସୃଷ୍ଟି କରିବା ଦରକାର ବୋଲି ୟୁଜର୍ସ ମାନେ କହିଛନ୍ତି।

ସୂଚନା ଅନୁସାରେ, ମୋଟର ଯାନ ନିୟମ ଅନୁସାରେ ଟ୍ରାଫିକ ଚାଲାଣ ହୁ ହୁ ହୋଇ ବଢିଯାଇଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ରାଜଧାନୀ ଦିଲ୍ଲୀରେ ସର୍ବାଧିକ 66 ପ୍ରତିଶତ ଟ୍ରାଫିକ ନିୟମ ଅବମାନନା କରାଯାଇଥିବା ସୂଚନା ରହିଛି ।

ABOUT THE AUTHOR

...view details