ବେଙ୍ଗାଲୁରୁ : ହୋଟେଲରେ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ । କାରଣ ଆପଣ ଆନନ୍ଦରେ ଖାଇଉଥିବା ମଟନ ବଦଳେ ଖାଉ ନାହାଁନ୍ତି ତ କକୁର ମାଂସ । ଆଜ୍ଞା ହଁ ବାଙ୍ଗାଲୋରରେ ଏକ ହୋଟେଲରେ ମଟନ ବଦଳେ ଗ୍ରାହକଙ୍କୁ ପରଷା ଯାଉଛି କୁକୁର ମାଂସ ।
ହୋଟେଲରେ ମଟନ ଖାଉଥିଲେ ହୁଅନ୍ତୁ ସାବଧାନ ! - ମଟନ ଖାଉଥିଲେ ହୁଅନ୍ତୁ ସାବଧାନ
ବାଙ୍ଗାଲୋରରେ ଏକ ହୋଟେଲରେ ମଟନ ବଦଳରେ ଗ୍ରାହକଙ୍କୁ ପରଷାଯାଉଛି କୁକୁର ମାଂସ । ରାସ୍ତାକଡର କୁକୁରଙ୍କୁ ମାରି ଦିଆଯାଇ ହୋଟେଲକୁ ମାଂସ ପଠାଯାଉଛି ।
![ହୋଟେଲରେ ମଟନ ଖାଉଥିଲେ ହୁଅନ୍ତୁ ସାବଧାନ !](https://etvbharatimages.akamaized.net/etvbharat/prod-images/768-512-3895199-thumbnail-3x2-dog-meat.jpg)
ପ୍ରତିକାତ୍ମକ ଫଟୋ
ବାଙ୍ଗାଲୋରରେ ଥିବା ଏକ ଆପାର୍ଟମେଣ୍ଟ ନିକଟରେ ବୁଲା କୁକୁରଙ୍କର ଉପଦ୍ରବ ବଢି ଯାଇଥିଲା । ସେହି କୁକୁରଙ୍କୁ ଧରାଯାଇ କଂସେଇଖାନାକୁ ପଠାଯାଉଥିଲା । ଆଉ ସେଠାରୁ ମଟନ କହି ବିଭିନ୍ନ ହୋଟେଲକୁ ଡେଲିଭେରୀ ହେଉଥିଲା କୁକୁର ମାଂସ ।
ବେଙ୍ଗାଲୁରୁର ପଶୁ କଲ୍ୟାଣ ଅଧିକାରୀ ହରିଶଙ୍କ କହିବା ଅନୁସାରେ, ପୁର୍ବରୁ ଏଭଳି ମାମଲା ସାମନକୁ ଆସିଥିଲା ତେଣୁ ଏହାକୁ ଖଣ୍ଡନ କରିହେବନି । ତେବେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଛି । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।