ବେଙ୍ଗାଲୁରୁ: ରକ୍ତଦାନ ମହାପୂଣ୍ୟ। ଏହାର ମହତ୍ତ୍ବ କ’ଣ ତାହା ମାନବ ସମାଜ ପାଇଁ ଅଜଣା ନୁହେଁ। ଏ କ୍ଷେତ୍ରରେ ମଣିଷର ବିଶ୍ବସ୍ତ କୁକୁର ମଧ୍ୟ ପଛରେ ପଡିନାହିଁ। ଗୋଟିଏ ଜଣ୍ଡିସ ପୀଡିତ କୁକୁରକୁ ରକ୍ତ ଦାନ କରି ତା’ର ଜୀବନ ବଞ୍ଚାଇଛି ଅନ୍ୟ ଏକ କୁକୁର।
ରକ୍ତ ଦେଇ ଜଣ୍ଡିସ ପୀଡିତ କୁକୁରର ଜୀବନ ବଞ୍ଚାଇଲା ‘ରାନା’ - dog news
ଗୋଟିଏ ଜଣ୍ଡିସ ପୀଡିତ କୁକୁରକୁ ରକ୍ତ ଦାନ କରି ତା’ର ଜୀବନ ବଞ୍ଚାଇଛି ଅନ୍ୟ ଏକ କୁକୁର। ଏହି ମହାନ କାମ ପାଇଁ ଉଭୟ ମାଲିକ ଓ ପୋଷା କୁକୁର 'ରାନା' କୁ ପ୍ରଶଂସା କରାଯାଉଛି।
dog
କର୍ଣ୍ଣାଟକ ସୁନ୍ଦରା ସହରର ବାସିନ୍ଦା ମନୀଷ କୁଲକର୍ଣ୍ଣୀଙ୍କ ରଟ୍ଓ୍ବିଲର ପ୍ରଜାତିର ରାନା ନାମକ ଏକ କୁକୁର, ଧରଓ୍ବାଡ ସ୍ଥିତ ଗଣେଷଙ୍କ ପୋଷା କୁକୁର ରୋଟିକୁ ରକ୍ତଦାନ କରିଛି। ଜଣ୍ଡିସରେ ପୀଡିତ ଥିବାରୁ ରୋଟି ପାଇଁ ରକ୍ତର ଆବଶ୍ୟକତା ପଡିଥିଲା। ରାନା କୁକୁର ରକ୍ତଦାନ କରି ଆଉ ଏକ କୁକୁରର ଜୀବନ ବଞ୍ଚାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ମନୀଷ ଓ ରାନାର ପ୍ରଶଂସା କରୁଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ