କୋଭିଡ୍-୧୯ମୁକାବିଲା ପଦକ୍ଷେପ ଭିନ୍ନକ୍ଷମ ଲୋକଙ୍କ ଆବଶ୍ୟକକୁ ପୂରଣ କରୁଛି କି? ପ୍ରଫେସର ଜିଭିଏସ୍ ମୁର୍ତ୍ତିବିପର୍ଯ୍ୟୟ ସମୟରେ ଭିନ୍ନକ୍ଷମ ବ୍ୟକ୍ତିମାନେ କିପରି ଅବହେଳା ଓ ବାଛ ବିଚାରର ଶିକାର ହୁଅନ୍ତି ତାହାର ଅନେକଉଦାହରଣ ଇତାହାସ ଆମକୁ ବଣ୍ଣନା କରେ। ପୁଣି ଯେତେବେଳେ ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ଆମେ ପଦକ୍ଷେପଘୋଷଣା କରୁ ସେଥିରେ ଭିନ୍ନକ୍ଷମଙ୍କ ଆବଶ୍ୟକକୁ ଧ୍ୟାନ ଦିଆଯାଏ ନାହିଁ। ସେଥିଲାଗି ସେମାନେ ପଛରେ ପଡ଼ିଯାଆନ୍ତି ବା ପରିତ୍ୟକ୍ତ ହୋଇପଡ଼ନ୍ତି। ଏହାର କାରଣ ହେଉଛି ସେମାନଙ୍କ କଥା କହିବା ପାଇଁ ଏକ ଶକ୍ତ ସ୍ଵରତାଙ୍କ ପାଖରେ ନଥାଏ ବା ତାଙ୍କୁ ଧ୍ୟାନ ଦେବାକୁ ଆମ ଶାସନ ପ୍ରଣେତା ମାନଙ୍କର ଆବଶ୍ୟକ ଆଗ୍ରହ ନଥାଏ।ସମଗ୍ର ବିଶ୍ଵରେ ଏହି ଅବସ୍ଥା ଦେଖିବାକୁ ମିଳେ। ଯେତେବେଳେ ବଞ୍ଚିବା ପ୍ରଶ୍ନ ଆସେ ସେତେବେଳେ ଶାରିରୀକସକ୍ଷମ ବ୍ୟକ୍ତିଟି ଆଗ ନିଜ ପାଇଁ ରାସ୍ତା ପ୍ରସ୍ତୁତ କରିପାରେ କିନ୍ତୁ ଅକ୍ଷମ ବ୍ୟକ୍ତିଟି ଏହା କରିପାରେ ନାହିଁ। ଦୁଃଖରବିଷୟ ଏଭଳି ବିପର୍ଯ୍ୟୟ ମୁହୂର୍ତ୍ତରେ ମାନବିକତା କୁଆଡ଼େ ଉଭେଇଯାଏ। ଏଣୁ କୋଭିଡ୍-୧୯ ମୁକାବିଲା ପଦକ୍ଷେପଏପରି ହେବା ଦରକାର ଯେଉଁଥିରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ। ଜାତିସଂଘ ଦ୍ଵାରା ନିର୍ଦ୍ଧାରଣକରାଯାଇଥିବା ସତତ ବିକାଶ ଲକ୍ଷ୍ୟ ସାର୍ବଜନୀନ ଯତ୍ନକୁ ଧ୍ୟାନ ଦିଏ ଏବଂ ରାଷ୍ଟ୍ରମାନଙ୍କୁ ଏହା ପାଳନ କରିବାକୁଅନୁପ୍ରାଣୀତ କରିଥାଏ। ଏହି ଲକ୍ଷ୍ୟକୁ କେଉଁ ଦେଶ କେତେ ସଫଳତାର ସହ ରୂପାୟନ କରୁଛି ତାହାକୁ ନେଇରାଷ୍ଟ୍ରଗୁଡ଼ିକୁ ବିଚାର କରାଯାଇଥାଏ।ଶାରିରୀକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଖରେ ଜରୁରୀ ସୂଚନା ପହଞ୍ଚି ନଥାଏ। ଏହାସହ ସଂକ୍ରମଣର ଶିକାର ହେବାଲାଗି ସେମାନେ ଉନ୍ମୁକ୍ତ ଥାଆନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ ସଂକ୍ରମଣ ବିପଦରୁ ରକ୍ଷା କରିବା ଲାଗି କେବଳସହାୟତା ଓ ଅନ୍ୟର ଯତ୍ନ ହିଁ ଆବଶ୍ୟକ ହୋଇଥାଏ। ସାଧାରଣ ସମୟରେ ମଧ୍ୟ ଶାରିରୀକ ଭିନ୍ନକ୍ଷମମାନେ ଅନ୍ୟରସହାୟତା ଆଶା କରିଥାଆନ୍ତି। ପୁଣି.ଯେତେବେଳେ ବିପଦ ବା ବିପର୍ଯ୍ୟୟ ଆସେ ତାଙ୍କର ଏହି ଅସହାୟତା ଆହୁରିଅନେକଗୁଣ ବଢ଼ିଯାଏ। ଅନ୍ଧ ଲୋକଟିଏ ପାଇଁ ଆଶାବାଡ଼ିଟିଏ ଦରକାର ହୁଏ, ବଧିର ଲୋକଟିଏ ଜାତୀୟ ମିଡିଆରେ କ’ଣସୂଚନା ଜାରି ହୁଏ ତାହା ଶୁଣିପାରେ ନାହିଁ ଏଣୁ ଅନ୍ୟକୁ ଅପେକ୍ଷା କରେ। ଶାରୀରିକ ଭିନ୍ନକ୍ଷମଟି ହାତ ଧୋଇବା ଲାଗିବେଶିନ୍ ପାଖରେ ପହଞ୍ଚିପାରେ ନାହିଁ। ଶିଶୁ ଓ ବୟସ୍କ ବ୍ୟକ୍ତି, ଯେଉଁମାନେ ମସ୍ତିଷ୍କ ପକ୍ଷାଘାତର ଶିକାରହୋଇଥାଆନ୍ତି ସେମାନଙ୍କୁ ଖୁଆଇବା ପାଇଁ ସହାୟକର ଆବଶ୍ୟକ ହୋଇଥାଏ।
ଯେଉଁମାନେ କଥା କହିବା ବା ଭାବନାବ୍ୟକ୍ତ କରିବାର ଅକ୍ଷମତା ଶିକାର ହୋଇଥାଆନ୍ତି ସେମାନେ ନିଜ କଥା କହିପାରନ୍ତି ନାହିଁ। ଯେଉଁମାନେ ମାନସିକସ୍ତରରେ ଅକ୍ଷମ ସେମାନଙ୍କ ପାଖରେ ଆବଶ୍ୟକ ବାର୍ତ୍ତା ପହଞ୍ଚିପାରେ ନାହିଁ। ଭାରତରେ ନ୍ୟୁଜ୍ ପରିବେଷଣକରୁଥିବା ଟେଲିଭିଜନ୍ ଚ୍ୟାନେଲ୍ଗୁଡ଼ିକର ଅବସ୍ଥା ଏଠାରେ ଉଲ୍ଲେଖଯୋଗ୍ୟ। କୌଣସି ଗୋଟିଏ ଚ୍ୟାନେଲ୍ସାଙ୍କେତିକ ଭାଷାରେ ଅନୁବାଦ ପାଇଁ ନିଯୁକ୍ତ ହୋଇ ନଥାଆନ୍ତି। ଫଳରେ ମେନ୍ଷ୍ଟ୍ରିମ୍ ମିଡିଆ ଏମାନଙ୍କ ପାଖରେପହଞ୍ଚିପାରେ ନାହିଁ। ୟୁରୋପର ପ୍ରତିଟି ଟିଭି ଚ୍ୟାନେଲ୍ ଏହି ବ୍ୟବସ୍ଥାକୁ ଧ୍ୟାନ ଦେଇଛନ୍ତି।ଏହି ସମାନ ସମୟରେ ଶାରିରୀକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଡାଏବେଟିସ୍ ଓ ହାଇପରଟେନ୍ସନ୍ର ଡରଅଧିକ ଥାଏ। ଏଣୁ କୋଭିଡ୍ ସଂକ୍ରମଣ ହେଲେ ସେମାନଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ଅଧିକ ହୋଇଥାଏ। ଏଣୁଯେତେବେଳେ କୌଣସି ମହାମାରୀ ବ୍ୟାପେ ସେହି ସମୟରେ ସାଧାରଣ ଲୋକଙ୍କ ଅପେକ୍ଷ ଭିନ୍ନକ୍ଷମଙ୍କ ପାଇଁ ଅଧିକଧ୍ୟାନ ଓ ଯତ୍ନ ଆବଶ୍ୟକ ହୋଇଥାଏ। ସେମାନେ ଠିକଣା ଭାବେ ଖାଆନ୍ତି ନାହିଁ। ଏପରିକି ସେମାନେ ମାନସିକ ଚାପରେଥାଆନ୍ତି କାରଣ ସେମାନଙ୍କ ଆଖ ପାଖରେ କ’ଣ ସବୁ ଘଟୁଛି ସେମାନେ ଜାଣି ପାରନ୍ତି ନାହିଁ। ଅନେକ ମହିଳା ଭିନ୍ନକ୍ଷମଥାଇ ମଧ୍ୟ ନିଜ ପରିବାର ପୋଷଣ କରିବାର ଆହ୍ବାନକୁ ଉଠାଇଥାଆନ୍ତି। ଏ କ୍ଷେତ୍ରରେ ସେମାନେ ନିଜ ପିଲାଙ୍କରଯତ୍ନ କିପରି ନବେ ତାହା ଏକ ସମସ୍ୟା ସୃଷ୍ଟି କରେ। ସାଧାରଣ ସମୟରେ ନିୟମିତ ସ୍ଵାସ୍ଥ୍ୟ ଯା୍ୟ୍ଚ ଲାଗି ପରିବହନବ୍ୟବସ୍ଥା ବି ତାଙ୍କ ପହଞ୍ଚରେ ନଥାଏ ଏବେ ତାହା କିପରି ହେବ ତାହା ଏକ ପ୍ରଶ୍ନ?ଭାରତରେ ପ୍ରାୟ ୧୫୦ ମିଲିୟନ ଭିନ୍ନକ୍ଷମ ବସବାସ କରନ୍ତି। ସେମାନଙ୍କ ଭିତରୁ ୨୫ରୁ ୩୦ ମିଲିୟନ୍ ଅତିସାମ୍ବେଦନଶୀଳ ଅକ୍ଷମତାର ଶିକାର ହୋଇଥାଆନ୍ତି। ଏଣୁ ସେମାନେ ନିଜର ଯତ୍ନ ନେଉଥିବା ଲୋକଟି ଉପରେ ସବୁବଳେ ନିର୍ଭର କରିଥାଆନ୍ତି।