ଓଡିଶା

odisha

ETV Bharat / bharat

କାନାଡା ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ କିରଣ ଡିସୁଜାଙ୍କ ଉପରେ ନିର୍ମିତ ଡକ୍ୟୁମଣ୍ଟାରୀ

ଧାବକ କିରଣ ଡିସୁଜାଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମ କାନାଡ଼ାର ଏଡ଼ବଞ୍ଚର ସ୍ପୋଟ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇଛି । ଆସନ୍ତା ଡିସେମ୍ବରରେ ଏହି ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ...

By

Published : Oct 8, 2020, 9:27 PM IST

କାନାଡା ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇଲା କିରଣ ଡିସୁଜାଙ୍କ ଉପରେ ନିର୍ମିତ ଡକ୍ୟୁମଣ୍ଟ୍ରୀ
କାନାଡା ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇଲା କିରଣ ଡିସୁଜାଙ୍କ ଉପରେ ନିର୍ମିତ ଡକ୍ୟୁମଣ୍ଟ୍ରୀ

ଶିମଲା: ଧାବକ କିରଣ ଡିସୁଜାଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମ କାନାଡ଼ାର ଏଡ଼ବେଞ୍ଚର ସ୍ପୋଟ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ ହୋଇଛି । ଗତ ମାସରେ ମନାଲିର 5,289 ମିଟର ଉଚ୍ଚ ଫେଣ୍ଡସିପ ପର୍ବତ ଶିଖରରେ ଡିସୁଜା 11 ଘଣ୍ଟା 45 ମିନିଟ ମଧ୍ୟରେ ପହଞ୍ଚିଥିଲେ । ଏହି ସମୟରେ ଡିସୁଜାଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମିତ ହୋଇଥିଲା ।

କାନାଡାରେ ଏହି ଚଳଚ୍ଚିତ୍ର ମହୋତ୍ସବ ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବ । ଏଥିରେ ବିଶ୍ବର ବିଭିନ୍ନ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ । ଫ୍ରେଣ୍ଡସିପ ଶିଖରରେ ଚଢ଼ିବା ସମୟରେ ଡିସୁଜାଙ୍କ ଉପରେ ପ୍ରସ୍ତୁତ ଫିଲ୍ମ କାନାଡାର ଚଳଚ୍ଚିତ୍ର ମହୋତ୍ସବରେ ସ୍ଥାନ ପାଇଛି ।

ଶିମଲାର ନାଗପୁର ଅଞ୍ଚଳରେ ରହୁଥିବା ଡିସୁଜାଙ୍କୁ ଛୋଟବେଳରୁ ହିଁ ଦୌଡ ସଉକ ଥିଲା । ଏ ପର୍ଯ୍ୟନ୍ତ ସେ ଅନେକ ଦୌଡ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ବିଗତ ପାଞ୍ଚ ବର୍ଷ ହେଲା ଡିସୁଜା ମନାଲିରେ ପାହାଡ଼ ଉପରେ ଦୌଡୁଛନ୍ତି । ତେବେ ଟ୍ରେଲ ରନିଙ୍ଗକୁ ନେଇ ମନାଲିରେ ବହୁତ ସୁବିଧା ସୁଯୋଗ ରହିଥିବା ଡିସୁଜା କହିଛନ୍ତି । ତାଙ୍କର ସମର୍ଥନ ପାଇଁ ସେ ମନାଲିର ଏସଡିଏମ ରମଣ ଘାରମଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କିରଣ ଡିସୁଜା ବର୍ତ୍ତମାନ ସୁଉଚ୍ଚ ଦେଉ ଟିବ୍ବା ପର୍ବତ ଶିଖରରେ ମାତ୍ର 19 ଘଣ୍ଟା 38 ମିନିଟରେ ପହଞ୍ଚି ପାରିଛନ୍ତି । ସାଧାରଣତଃ ଅଭିଜ୍ଞ ପର୍ବତାରୋହୀମାନେ ମଧ୍ୟ ଏହି ଶିଖରକୁ ଛୁଇଁବାକୁ ଆଠରୁ ଦଶ ଦିନ ସମୟ ନେଇଥାନ୍ତି । ଗତ ଦଶନ୍ଧି ଧରି ଜଣେ ବୃତ୍ତିଗତ ଧାବକ ଭାବରେ ଦୌଡୁଥିବା କିରଣ ଡିସୁଜା ଭାରତୀୟ ଅଲଟ୍ରା ଓ ଟ୍ରେଲ୍ ରନିଙ୍ଗ୍ ଟିମରେ କାର୍ଯ୍ୟରତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details