ଓଡିଶା

odisha

ETV Bharat / bharat

ଲକଡାଉନରେ ମାନସିକ ଚିନ୍ତା, ଅନଲାଇନ ପରାମର୍ଶ ନେବାକୁ ଅମଙ୍ଗ ରୋଗୀ - କୋଭିଡ୍ 19 ଲକଡାଉନ

ସମଗ୍ର ବିଶ୍ୱକୁ ମନସ୍ତତ୍ତ୍ୱବିତଙ୍କ ଚେତାବନୀ। ତାଲାବନ୍ଦର ପ୍ରଭାବ ସୃଷ୍ଟି କରୁଛି ମାନସିକ ସମସ୍ୟା। ଯାହା ସୁନାମି ସଦୃଶ୍ୟ ମାଡି ଆସୁଛି। ଡାକ୍ତରମାନେ ମୁଖ୍ୟତ ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ଚିନ୍ତିତ ଅଛନ୍ତି।

ଲକଡାଉନରେ ମାନସିକ ଚିନ୍ତା, ଅନଲାଇନ ପରାମର୍ଶ ନେବାକୁ ଅମଙ୍କ ରୋଗୀ
ଲକଡାଉନରେ ମାନସିକ ଚିନ୍ତା, ଅନଲାଇନ ପରାମର୍ଶ ନେବାକୁ ଅମଙ୍କ ରୋଗୀ

By

Published : May 26, 2020, 3:08 PM IST

ସମଗ୍ର ବିଶ୍ୱକୁ ମନସ୍ତତ୍ତ୍ୱବିତଙ୍କ ଚେତାବନୀ। ତାଲାବନ୍ଦର ପ୍ରଭାବ ସୃଷ୍ଟି କରୁଛି ମାନସିକ ସମସ୍ୟା। ଯାହା ସୁନାମି ସଦୃଶ୍ୟ ମାଡି ଆସୁଛି। ଡାକ୍ତରମାନେ ମୁଖ୍ୟତ ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ଚିନ୍ତିତ ଅଛନ୍ତି।

ଏକ ସର୍ବେକ୍ଷଣ ମାଧ୍ୟମରେ ମନସ୍ତତ୍ତ୍ୱବିତମାନେ ଜାଣିବାକୁ ପାଇଲେ ଯେ ଡାକ୍ତରଖାନା ଗୁଡ଼ିକରେ ମାନସିକ ସ୍ବାସ୍ଥ୍ୟ ସହ ଜଡିତ ଜରୁରୀକାଳୀନ ପରିସ୍ଥିତି ବୃଦ୍ଧି ପାଇଛି ହେଲେ ନିୟମିତ ଯାଞ୍ଚ ପାଇଁ ଆସୁଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ଲକଡାଉନ୍ ପାଇଁ ରୋଗୀ ଡାକ୍ତରଙ୍କ ପରାମର୍ଶ ନେଉନାହାଁନ୍ତି।

ରୟାଲ୍ କଲେଜ୍ ଅଫ୍ ସାଇକିଆଟ୍ରିଷ୍ଟର ମୁଖ୍ୟ ପ୍ରଫେସର କହିଛନ୍ତି, "ଆମେ ଦେଖୁଛୁ ଯେ କୋଭିଡ -19 ସଙ୍କଟ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ବହୁତ ଗୁରୁତର ପ୍ରଭାବ ପକାଇଛି। ଅନେକ ଲୋକ ତୁରନ୍ତ ସାହାଯ୍ୟ ଆବଶ୍ୟକ କରୁଛନ୍ତି। ହେଲେ ଲକଡାଉନ୍ ହେତୁ ଏହି ସହାୟତା ପାଇପାରୁ ନାହାଁନ୍ତି। ଆମେ ଭୟ କରୁଛୁ ଯେ ତାଲା ଯୋଗୁଁ ମାନସିକ ସମସ୍ୟା କ୍ରମାଗତ ଭାବରେ ବଢୁଛି ଏବଂ ଏହା ଆଗାମୀ ଦିନରେ ଏକ ଭୟଙ୍କର ପରିସ୍ଥିତି ଛିଡା କରିବ।''

ସେଥିମଧ୍ୟରୁ କିଛି ରୋଗୀ କୋରୋନା ଜୀବାଣୁ ସଂକ୍ରମଣରୁ ସାମାଜିକ ବିଚ୍ଛିନ୍ନତା, ଚାପ ବୃଦ୍ଧି ଏବଂ ଔଷଧର ସମାପ୍ତି ହେତୁ ମାନସିକ ରୋଗର ଲକ୍ଷଣ ବିକଶିତ କରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ସାହାଯ୍ୟ ଅପେକ୍ଷାରେ ଲୋକଙ୍କୁ ଡାକ୍ତରମାନେ ଅନଲାଇନ ପ୍ଲାଟଫର୍ମରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ହେଲେ ବୟସ୍କ ଲୋକମାନେ ଜୁମ ଓ ସ୍କାଇପରେ କଥା ହେବାକୁ ପସନ୍ଦ କରୁ ନାହାଁନ୍ତି।

ABOUT THE AUTHOR

...view details