ଚେନ୍ନାଇ: ଦେଶରେ ଚାଲିଛି କୋରୋନା ସହ ଲଢେଇ । ପ୍ରତ୍ୟେକ ଦିନ ଦେଶର ପ୍ରତ୍ୟେକ ସ୍ଥାନରେ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସୁଛି । ଏହି ଅବସରରେ ଦିବାରାତ୍ରୀ କୋରୋନା ଆକ୍ରାନ୍ତଙ୍କୁ ଠିକ କରିବାରେ ଲାଗିପଡିଛନ୍ତି ସମସ୍ତ ଡାକ୍ତର, ନର୍ସଙ୍କ ଠାରୁ ଆରମ୍ଭ କରି ସମସ୍ତ ମେଡିକାଲ ଷ୍ଟାଫ ।
ଅବସର ନେବାକୁ ଥିବା ଡାକ୍ତର-ନର୍ସଙ୍କ କାର୍ଯ୍ୟକାଳ ଅବଧି 2ମାସ ବୃଦ୍ଧି - tamilnadu cm
2020 ମସିହା ମାର୍ଚ୍ଚ 31ରେ ଯେଉଁ ଡାକ୍ତର ଓ ନର୍ସଙ୍କ କାର୍ଯ୍ୟକାଳ ସରୁଛି ସେମାନେ ଆଉ ଅଧିକ 2 ମାସ କାମ କରିବେ । ଅଧିକ ପଢନ୍ତୁ...
ଅବସର ନେବାକୁ ଥିବା ଡାକ୍ତର ଓ ନର୍ସ ଆଉ 2 ମାସ କାମ କରିବେ
ତେବେ ଯେଉଁମାନଙ୍କର ଚଳିତବର୍ଷ ମାର୍ଚ୍ଚ 31 ସୁଦ୍ଧା କାର୍ଯ୍ୟକାଳ ସରୁଛି ବା ଅବସର ନେବାକୁ ଥିବା ଡାକ୍ତର ଏବଂ ନର୍ସ ସେମାନେ ଚୁକ୍ତିନାମା ଆଧାରରେ ଆଉ ଅଧିକ ଦୁଇମାସ ସେବା କରିବେ । ଏନେଇ ସୂଚନା ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଦାପାଦୀ କେ ପାଲାନିସ୍ୱାମୀ।