ପୁଣେ: ମହାରାଷ୍ଟ୍ର ପୁଣେରେ ଏକ ଅଜବ ଘଟଣାକ୍ରମେ 92 ସ୍ବାସ୍ଥ୍ୟ ଅଧିକାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଡିୱାଇ ପାଟିଲ ମେଡିକାଲ କଲେଜରେ ଚିକିତ୍ସିତ ଜଣେ ବ୍ୟକ୍ତିଙ୍କୁ କୋରୋନା ହୋଇଥିବା ସ୍ପଷ୍ଟ ହୋଇଛି । ଫଳରେ ସେଠାରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।
ସୂଚନାନୁସାରେ ଏହି ହସ୍ପିଟାଲକୁ ଦୁର୍ଘଟଣାରେ ଶିକାର ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ଆସିଥିଲେ । ତେବେ ନିକଟରେ ଲକ୍ଷଣ ଦେଖାଯିବା ପରେ କୋରୋନା ଟେଷ୍ଟ ପାଇଁ ତାଙ୍କ ନମୁନା ପଠାଯାଇଥିଲା । ଏହା ପଜିଟିଭ ଆସିବା ପରେ ତାଙ୍କୁ କୋରୋନା ଚିକିତ୍ସା ପାଇଁ ଆଇସୋଲେସନରେ ରଖାଯାଇଛି ।