ଲକ୍ଷ୍ନୌ: ଗାଜିଆବାଦରେ ଜଣେ କର୍କଟ ବିଶେଷଜ୍ଞ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଡାକ୍ତର ଜଣକ ପରୀକ୍ଷା ପରେ କୋରୋନା ପଜିଟିଭ ଥିବା ଜଣାପଡିଥିଲା । ଏହାକୁ ମିଶାଇ ଗାଜିଆବାଦରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 32 ରେ ପହଞ୍ଚିଥିବା ଅଧିକାରୀମାନେ କହିଛନ୍ତି।
ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ ଇନ୍ଦିରାପୁରାମର ଜିଆନ ଖଣ୍ଡ 2 ର ବାସିନ୍ଦା ଦିଲ୍ଲୀର ସାକେଟର ମ୍ୟାକ୍ସ ହସ୍ପିଟାଲରେ କାମ କରନ୍ତି। ପଜିଟିଭ ହେବା ପରେ ସେ ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।