ଓଡିଶା

odisha

ETV Bharat / bharat

ଦେଢଘଣ୍ଟାର ଅସ୍ତ୍ରୋପ୍ରଚାର ପରେ ପେଟରୁ ବାହାରିଲା 116 କିଲୋଗ୍ରାମ ଲୁହା

ପେଟରୁ ବାହାରିଲା 116 କିଲୋଗ୍ରାମର ଲୁହା । ମାନସିକ ସ୍ଥିତି ବିଗିଡିବା ପରେ ବାହାରେ ବୁଲାବୁଲି କରିବା ସମୟରେ ସେ ଲୁହା ଖାଉଥିଲେ । ଆଉ କିଛି ଦିନ ପରେ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଚିକିତ୍ସା ପାଇଁ ଆଣିଥିଲେ । ତେବେ ତାଙ୍କ ପେଟରେ ଲୁହା ଥିବା ଜଣାପଡିଥିଲା ।

By

Published : May 14, 2019, 9:27 PM IST

ପ୍ରତିକାତ୍ମକ ଫଟୋ

ଜୟପୁର: ରାଜସ୍ଥାନ ବୁନ୍ଦି ଅଞ୍ଚଳରେ ସାମନାକୁ ଆସିଛି ଏକ ଅଜବ ଘଟଣା । ଜଣେ ବ୍ୟକ୍ତିଙ୍କ ପେଟରୁ ଅସ୍ତ୍ରୋପ୍ରଚାର ପରେ ବାହାରିଲା 116 କିଲୋର ଲୁହା ସାମଗ୍ରୀ । ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ ।

ଭୋଳାଶଙ୍କର ନାମକ ଜଣେ 42 ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ଆଣିଥିଲେ । ଆଉ ଡାକ୍ତର ପରୀକ୍ଷାକରି ଯାହା ଦେଖିଥିଲେ ସେ ଡରିଯାଇଥିଲେ । ତାଙ୍କ ପେଟରେ ଥିଲା ଲୁହା ତାର, ଛୁରୀ ଦା ଭଳି ସାମଗ୍ରୀ । ତେବେ ଅଧିକ ଚିକିତ୍ସା ପରେ ସେ ମାନସିକ ରୋଗୀ ବୋଲି ଜଣାପଡିଥିଲା ।

ଭୋଳାଶଙ୍କରଙ୍କ ବାପାଙ୍କ କହିବା ଅନୁସାରେ, କିଛି ବର୍ଷ ତଳେ ଭୋଳା ଚାଷବାସ କରି ପରିବାର ପୋଷୁଥିଲେ । ହେଲେ ହଠାତ ତାଙ୍କର ମାନସିକ ଅବସ୍ଥା ବିଗିଡି ଯାଇଥିଲା । ତେଣୁ ସେ ବାହାରେ ଅନେକ ସମୟ ବୁଲାବୁଲି କରିଥାନ୍ତି । ସେହି ସମୟରେ ଏହି ଲୁହା ସାମଗ୍ରୀ ସବୁ ଖାଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ଡାକ୍ତର । ଦେଢ ଘଣ୍ଟା ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁ ସମସ୍ତ ଲୁହା ବାହାର କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବା କହିଛନ୍ତି ଡାକ୍ତର।

For All Latest Updates

ABOUT THE AUTHOR

...view details