ଥିରୁବନନ୍ତପୁରମ : ପୁଣି ପଦାରେ ପଡିଲା ଡାକ୍ତରଙ୍କ ଅବହେଳା । ନାକ ବଦଳରେ କଲେ ହାର୍ଣ୍ଣିଆ ଅସ୍ତ୍ରୋପ୍ରଚାର । ଏପରି ଅଜବ ଘଟଣା ଦେଖିବାକୁ ମିଳିଛି କେରଳର ମଲପୁରମ ଜିଲ୍ଲାରେ । କୁରୁଭାରାକୁଣ୍ଡୁ ଅଞ୍ଚଳର 7 ବର୍ଷିୟ ବାଳକର ନାକ ପୀଡା ଅସହ୍ୟ ହେବାରୁ ମାତାପିତା ଡାକ୍ତରଖାନା ନେଇଥିଲେ। ଆଉ ଡାକ୍ତର ଅପରେସନ ପାଇଁ କହିଥିଲେ। ହେଲେ ଡାକ୍ତର ଭୁଲ ବଶତଃ ନାବାଳକର ହାର୍ଣ୍ଣିଆ ଅପରେସନ କରିଦେଇଥିଲେ ।
ଡାକ୍ତରଙ୍କ ଅସାବଧାନତା, ନାକ ବଦଳରେ କଲେ ହାର୍ଣ୍ଣିଆ ଅପରେସନ - nasal
ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ଭାବେ ଲୋକେ ମାନନ୍ତି । ଆଉ ମରଣ ମୁହଁରୁ ବଞ୍ଚାନ୍ତି ବୋଲି ରହିଛି ବିଶ୍ବାସ। ହେଲେ ସେହି ଡାକ୍ତର ମଧ୍ୟ ମରଣ ମୁହଁକୁ ଠେଲି ଦିଅନ୍ତି ବୋଲି ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଡାକ୍ତରବାବୁଙ୍କ ଟିକିଏ ଅସାବଧାନତା ଯୋଗୁଁ ଏବେ ମରଣ ମୁହଁରେ ନାବାଳକ। ଏପରି ଘଟଣା ଦେଖିବାକୁ ମିଳିଛି କେରଳରେ। ନାକ ବଦଳେ ପେଟରେ ହାର୍ଣ୍ଣିଆ ଅସ୍ତ୍ରୋପ୍ରଚାର କରିଛନ୍ତି ଡାକ୍ତର।
ତେବେ ଅପରେସନ ପରେ ପୁଅର ନାକ ନୁହେଁ ପେଟରେ ଅପରେସନ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମାତାପିତା । ତେବେ ଘଟଣା ପଦାକୁ ଆସିବାରୁ ଜଣାପଡିଲା ଯେ, ସମାନ ନାମ ଯୋଗୁଁ ଏପରି ଘଟିଛି । ତେବେ ଏହି ଘଟଣାରେ ଡାକ୍ତରଙ୍କ ଏପରି ଅବହେଳା ଯୋଗୁଁ ଅସନ୍ତୋଷ ଦେଖାଦେଇଛି। ଏହାସହ ମାନବଧିକାର କମିଶନ ପକ୍ଷରୁ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରାଯାଇଛି।
ଏପଟେ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ମଧ୍ୟ ସଂପୃକ୍ତ ଡାକ୍ତରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବ ବୋଲି ସୂଚନା ଦେଇଛନ୍ତି । ଏହାସହ ନାବାଳକ ପାଇଁ ଆଗାମୀ ଚିକିତ୍ସାର ସମସ୍ତ ଖର୍ଚ୍ଚ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହନ କରାଯିବ ବୋଲି ଘୋଷଣା କରିଛନ୍ତି ।