ଓଡିଶା

odisha

ETV Bharat / bharat

ଡ଼ଃ କଫିଲ ଖାନଙ୍କ ମୁକ୍ତି ଦାବି: ମୋଦିଙ୍କୁ ଚିଠି ଲେଖିଲେ ଅଧିର ରଞ୍ଜନ - congress adhir ranjan chaudhary letter pm narendra modi

ଗୋରଖପୁରର ଡ଼ଃ କଫିଲ ଖାନଙ୍କୁ ମୁକ୍ତ କରିବାକୁ ଦାବି କଲେ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ନିକଟରେ କରାଯାଇଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଡ଼ଃ କଫିଲ ଖାନଙ୍କ ମୁକ୍ତ କରିବାକୁ ଦାବି କରିଛନ୍ତି।

adhir ranjan chaudhary
ମୋଦିଙ୍କୁ ଚିଠି ଲେଖିଲେ ଅଧିର ରଞ୍ଜନ

By

Published : Aug 4, 2020, 5:10 PM IST

ନୂଆଦିଲ୍ଲୀ: ଗୋରଖପୁରର ଡ଼ଃ କଫିଲ ଖାନଙ୍କୁ ମୁକ୍ତ କରିବାକୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଏହାପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଥିଲେ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ତାଙ୍କ ଚିଠିରେ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଡ଼ଃ କଫିଲ ଖାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା ଓ ବର୍ତ୍ତମାନ ସେ ଜେଲରେ ଅଛନ୍ତି। ଡ଼ଃ କଫିଲଙ୍କ ପ୍ରତି ଅନ୍ୟାୟ ହୋଇଥିବାର ସେ କହିଛନ୍ତି। ସେ କହିଛନ୍ତି, ମୁଁ ମଧ୍ୟ ସଂସଦ ପର୍ଯ୍ୟନ୍ତ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିଥିଲି, କିନ୍ତୁ ମୋ ବିରୋଧରେ କୌଣସି ଦେଶଦ୍ରୋହ ମାମଲା ରୁଜୁ କରାଯାଇନି ।

ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଡାକ୍ତରଙ୍କ ଉପରେ ଅଧିକ ଚାପ ପକାଯାଇଥିଲା ଓ ତାଙ୍କୁ ଜେଲରେ ରଖାଯାଇଥିଲା । ୟୁନାଇଟେଡ୍ ନେସନ୍ ଭଳି ଅନ୍ତର୍ଜାତୀୟ ସଂଗଠନ ମଧ୍ୟ ଡ଼ଃ କଫିଲ ଖାନଙ୍କ ମୁକ୍ତି ପାଇଁ କହିଥିଲେ ତଥାପି ତାଙ୍କୁ ମୁକ୍ତ କରାଯାଇ ନାହିଁ। କାହା ସହିତ ଅନ୍ୟାୟ କରି ରାମରାଜ ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ।

କଫିଲ ଖାନ ଗୋରଖପୁରର ବାବା ରାଘବ ଦାସ ମେଡିକାଲ କଲେଜରେ ଶିଶୁ ଡାକ୍ତର ଥିଲେ। 2017 ରେ ଅମ୍ଳଜାନ ଅଭାବ ହେତୁ ମେଡିକାଲ କଲେଜରେ 60 ରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ କଫିଲ ଖାନ ଜଣେ ୱାର୍ଡ ଅଧୀକ୍ଷକ ଥିଲେ ଓ ଶିଶୁଙ୍କ ମୃତ୍ୟୁ ପାଇଁ ପୋଲିସ ତାଙ୍କୁ ଗିରଫ କରିଥିଲା। 8 ମାସ ଜେଲରେ ରହିବା ପରେ ସେ 2018 ରେ କୋର୍ଟରୁ ଜାମିନ ପାଇଥିଲେ। ଚଳିତ ବର୍ଷ ଜାନୁଆରୀରେ କାଫେଲ ପୁଣି ଥରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ଯେତେବେଳେ ତାଙ୍କ ବିବାଦୀୟ ବିବୃତ୍ତି କାରଣରୁ ଏମୟୁରେ ଗିରଫ କରାଯାଇଥିଲା। ଯୋଗୀ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲେ ।

ABOUT THE AUTHOR

...view details