ରାଞ୍ଚି : ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଦୈନିକ ଗୋଟିଏ ଆମ୍ବ ଖାଇବାକୁ ଅନୁମତି ଦେଲେ ଡାକ୍ତର । ମଧୁମେହ ଯୋଗୁଁ ତାଙ୍କୁ ଆମ୍ବ ଖାଇବାକୁ ବାରଣ କରାଯାଇଥିଲା । ହେଲେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ଯବସ୍ଥାକୁ ଆଖିରେ ରଖି ଡାକ୍ତର ଆମ୍ବ ଖାଇବା ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି ।
ଲାଲୁଙ୍କୁ ଆମ୍ବ ଖାଇବାକୁ ମିଳିଲା ଅନୁମତି - lalu
ଲାଲୁଙ୍କୁ ଆମ୍ବ ଖାଇବାକୁ ମିଳିଲା ଅନୁମତି । ଶରୀରରେ ଶର୍କରାର ପରିମାଣ ଅଧିକ ହୋଇଯିବାରୁ ଆମ୍ବ ଖାଇବାକୁ ଅନୁମତି ଦେଲେ ଡାକ୍ତର ।
ଫଟୋ ସୌଜନ୍ୟ : ଏଏନଆଇ
ଲାଲୁଙ୍କ ଶରୀରରେ ଶର୍କରାର ପରିମାଣ ଅଧିକ ହୋଇଯିବାରୁ ଆମ୍ବ ଖାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡାକ୍ତର ଡିକେ ଝା । ଜେଲ ଅଧିକାରୀଙ୍କ ଅନୁସାରେ ପ୍ରତି ଶନିବାର ଲାଲୁଙ୍କୁ 3 ଜଣ ଭେଟିପାରିବେ । ତେବେ ଲାଲୁଙ୍କୁ ଶନିବାର ରିମସରେ ଭେଟିଛନ୍ତି ପୁଅ ତେଜ ପ୍ରତାପ ।
ଲାଲୁଙ୍କୁ ଚାରା ଘୋଟାଲା ମାମଲରେ ଡିସେମ୍ବର 2017ରେ ବିର୍ଶାମୁଣ୍ଡା ସେଣ୍ଟ୍ରାଲ ଜେଲ ପଠାଯାଇଥିଲା । 2018 ମସିହା ଅଗଷ୍ଟ ମାସରୁ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଚିକିତ୍ସିତ ହେଉଛନ୍ତି ।