ଚେନ୍ନାଇ: କୋରୋନା ମହାମାରୀ ଲଢେଇରେ ସାମିଲ ସମଗ୍ର ବିଶ୍ବ । ଭାରତ ସମେତ ଅନେକ ଦେଶ ଏଥିରେ ନିୟୋଜିତ ଅଛନ୍ତି। ଏହି ସମୟରେ ଚେନ୍ନାଇର ଜଣେ ଡାକ୍ତର କୋରୋନା ଚିକିତ୍ସା ପାଇଁ ପ୍ରସ୍ତୁତ ନିଜସ୍ବ ଔଷଧ ପରୀକ୍ଷା କରୁଥିଲେ, କିନ୍ତୁ ପରୀକ୍ଷା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
କୋଭିଡ୍ ଯୋଦ୍ଧା: ନିଜ ଶରୀରରେ କୋରୋନା ଆଣ୍ଟିବଡି ଟେଷ୍ଟିଂ ନେଲା ଡାକ୍ତରଙ୍କ ଜୀବନ - corona treatment
ଚେନ୍ନାଇର ଜଣେ ଡାକ୍ତର କୋରୋନା ଚିକିତ୍ସା ପାଇଁ ପ୍ରସ୍ତୁତ ନିଜସ୍ବ ଔଷଧ ପରୀକ୍ଷା କରୁଥିଲେ, କିନ୍ତୁ ପରୀକ୍ଷା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ଘଟଣା ଚେନ୍ନାଇର ପେରୁଙ୍ଗୁଡିର । ଏଠାରେ ରହୁଥିବା କେ ସିଭାନସେନ୍, ଆୟୁର୍ବେଦିକ ଉତ୍ପାଦନ କମ୍ପାନୀ ସହିତ ଫାର୍ମାସିଷ୍ଟ ଓ ପ୍ରଡକ୍ସନ୍ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ, ଯାହା କାଶ ସିରପ ପାଇଁ ପ୍ରସିଦ୍ଧ । ଏହି ସମୟରେ, ସିଭାନେସନ ଓ ତାଙ୍କ ମାଲିକ ରାଜକୁମାର କୋରୋନା ମୁକାବିଲା ପାଇଁ ଏକ ଔଷଧ ଖୋଜିବାକୁ ଚେଷ୍ଟା କରୁଥିଲେ। ସେ କୋରୋନା ପାଇଁ ତିଆରି କରିଥିବା ଔଷଧ ନିଜ ଉପରେ ପରୀକ୍ଷା କରିବା ଆରମ୍ଭ କଲେ । ରାଜକୁମାର ସେହି ଔଷଧର କିଛି ବୁନ୍ଦା ପିଇଲେ ଓ ସିଭାନସେନ୍ ଏହାକୁ ବହୁ ପରିମାଣରେ ପିଇଥିଲେ ।
ଔଷଧ ପିଇବା ପରେ ଦୁହେଁ ବୋହୋସ୍ ହୋଇଯାଇଥିଲେ। ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ସିଭାନେସନଙ୍କ ମୃତ୍ୟୁ ହୋଇଥିବାବେଳେ ରାଜକୁମାରଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ଏବଂ ସେ ଚିକିତ୍ସିତ ହେଉଛନ୍ତି। ପୋଲିସ ଟିମ୍ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି।