ଓଡିଶା

odisha

ETV Bharat / bharat

ନିର୍ବାଚନରେ ନାରାର ନଜିର

ନିର୍ବାଚନ ସମୟରେ ନାରାଗୁଡିକର ଏକ ଇତିହାସ ରହି ଆସିଛି । ଯାହା ସର୍ବଦା କ୍ଷମତାସୀନ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ ଆସୁଛି । ଏହି ନାରା ବଡ ବଡ ରଥୀଙ୍କ ଗାଦି ଟଳମଳ କରିଛି । ବହୁ ସରକାର ଏହି ନାରା ଯୋଗୁଁ ନିଜ କ୍ଷମତା ମଧ୍ୟ ହରାଇଛନ୍ତି । ଆସନ୍ତୁ ନଜର ପକାଇବା ଏହାର ଐତିହାସିକ ପୃଷ୍ଠଭୂମି ଉପରେ....

By

Published : Mar 29, 2019, 11:03 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ସମୟରେ ନାରାବାଜୀ ନେଇଥାଏ ମୁୁଖ୍ୟ ଭୂମିକା ।ଆଉ ନେତାଙ୍କ ନାରା କର୍ମୀଙ୍କମଧ୍ୟରେ କରିଥାଏ ଜୋଶର ସଞ୍ଚାର । ବିରୋଧୀଙ୍କୁ ଟାର୍ଗେଟ କରିବା ଓ ମାହୋଲ ସୃଷ୍ଟି କରିବା ଏହି ନାରା ମାଧ୍ୟମରେ ହୋଇଥାଏ । ଚଳିତ ନିର୍ବାଚନରେ 'ସମ୍ବିଧାନ ବଞ୍ଚାଅ, ମୋଦି ହଟାଅ'ର ନାରା ହେଉ ଅବା କଂଗ୍ରେସର'ଚୌକିଦାର ଚୌର ହୈ' ନାରା ଦିଆଯାଇ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜୋଶ ଉତ୍ପନ କରାଯାଉଛି । ଅନ୍ୟପକ୍ଷେ ଏହାକୁ କାଉଣ୍ଟର କରି ବିଜେପି 'ମେ ଭି ଚୌକିଦାର', 'ଫିର ଏକ ବାର ମୋଦି ସରକାର' ପରି ନାରା ଦେଇଛି ।

ନିର୍ବାଚନ ସମୟରେ ନାରାଗୁଡିକର ଏକ ଇତିହାସ ରହି ଆସିଛି । ଯାହା ସର୍ବଦା କ୍ଷମତାସୀନ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ ଆସୁଛି । ଏହି ନାରା ବଡ ବଡ ରଥୀଙ୍କ ଗାଦି ଟଳମଳ କରିଛି । ବହୁ ସରକାର ଏହି ନାରା ଯୋଗୁଁ ନିଜ କ୍ଷମତା ମଧ୍ୟ ହରାଇଛନ୍ତି । ଆସନ୍ତୁ ନଜର ପକାଇବା ଏହାର ଐତିହାସିକ ପୃଷ୍ଠଭୂମି ଉପରେ....


୧୯୬୭ର ଆଖପାଖରେ ଯେତେବେଳେ ପଛୁଆ ବର୍ଗର ରାଜନୀତି କରୁଥିବା ସୋଶିଆଲିଷ୍ଟ ପାର୍ଟିର ନେତା ଡଃ. ରାମମନୋହର ଲୋହିଆ ଏକ ନାରା ଦେଇଥିଲେ । 'ସମାଜବାଦୀୟ ନେ ବାନ୍ଧି ଗାଠ, ପିଛଡେ ପାବୈ ସୌ ମେ ସାଠ' ଏହି ନାରା ପଛୁଆ ବର୍ଗ ରାଜନୀତିର ମୂଳଦୁଆ ପକାଇଥିଲା ଓ କେନ୍ଦ୍ର ସରକାରକୁ ମଣ୍ଡଳ କମିଶନ ଗଠନ କରିବାକୁ ପଡିଥିଲା । ଏହାପରେ ୧୯୭୧ ମସିହାରେ ଦେଶର ସବୁଠାରୁ ଚର୍ଚ୍ଚିତ ନାରା ଦେଇଥିଲେତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । 'ଗରିବି ହଟାଅ' ନାରା ଏତେ ଆକର୍ଷକ ଥିଲା ଯେ ଏହାସାହାଯ୍ୟରେ ଇନ୍ଦିରା ଗାନ୍ଧୀ କ୍ଷମତା ଫେରି ପାଇଥିଲେ ।

ସମୟ ପରିବର୍ତ୍ତନ ହେବା ସହ ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଯାଇଥିଲା । ଏହାପୂର୍ବରୁ ବରିଷ୍ଠ ରାଜନେତା ତଥା ସମାଜସେବୀ ଜୟ ପ୍ରକାଶ ନାରାୟଣଙ୍କ ଅନୁଗାମୀରେ ଏକ ବିରାଟ ଆନ୍ଦୋଳନ ଛିଡା ହୋଇଥିଲା । ଏହି ଆନ୍ଦୋଳନରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବବର୍ଗ ସାମିଲ ହୋଇଥିଲେ । ସମସ୍ତ ମୁହଁ ସେହି ସମୟରେ ଗୋଟିଏ ନାରା ଥିଲା 'ସିଂହାସନ ଖାଲି କର କି ଜନତା ଆତି ହେ' ଓ ଏହାର ପ୍ରଭାବ ଏତେ ଥିଲା ଯେ ଇନ୍ଦିରା ଗାନ୍ଧୀଙ୍କୁ ନିର୍ବାଚନ ହାରିବାକୁ ପଡିଥିଲା । ଏହି ନାରା ପ୍ରସିଦ୍ଧ କବି ଦିନକର ଦେଇଥିଲେ ।

୧୯୭୭ରେ ଇନ୍ଦିରାଙ୍କ ପରାଜୟ ପରେ ସେ ୧୯୭୮ରେ କର୍ଣ୍ଣାଟକର ଚିକମଙ୍ଗଲୁରରୁ ପୁଣିଥରେ ନିର୍ବାଚନ ଲଢିଥିଲେ । ଏହି ସମୟରେ କଂଗ୍ରେସ ତରଫରୁ ନାରା ଦିଆଯାଇଥିଲା 'ଏକ ଶେରନୀ ସୌ ଲଙ୍ଗୁର, ଚିକମଙ୍ଗଲୁର-ଚିକମଙ୍ଗଲୁର' ଓ ଇନ୍ଦିରା ନିର୍ବାଚନ ଜିତି ଯାଇଥିଲେ ।

୧୯୮୪ରେ ପ୍ରଚଣ୍ଡ ବିଜୟ ପରେ ୧୯୮୯ ଯାଏ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ କାର୍ଯ୍ୟକାଳର ଶେଷ ସମୟରେ ତାଙ୍କ ବିରୋଧରେ ଦେଶସାରା ମାହୌଲ ସୃଷ୍ଟି ହୋଇଯାଇଥିଲା । ସେହି ସମୟରେ ବିରୋଧୀଙ୍କ ସବୁଠାରୁ ବଡ ନେତା ଭାବେ ସାମ୍ନାକୁ ଆସିଥିଲେ ରାଜା ମାଣ୍ଡା ବା ବିପି ସିଂ । ସେତେବେଳେ ସେ ଯୁବବର୍ଗ ଭିତରେ ନିଜ ଲୋକପ୍ରିୟତା ବୃଦ୍ଧି କରିସାରିଥିଲେ । ସେହି ସମୟରେ ସେ 'ରାଜା ନହିଁ ଫକୀର ହେ, ଦେଶ କି ତକଦୀର ହେ' ନାରା ଦେଇଥିଲେ । ଯାହା ନିର୍ବାଚନ ସମୟରେ ବେଶ ପ୍ରସିଦ୍ଧ ହୋଇଥିଲା ।

ବିପି ସିଂଙ୍କ ମଣ୍ଡଳ ବିରୋଧରେ ବିଜେପି କମଣ୍ଡଳ ପାଶା ପକାଇଥିଲେ ଓ ଦେଶରେ ରାମ ମନ୍ଦିର ଆନ୍ଦୋଳନଦେଖା ଦେଇଥିଲା । ସେତେବେଳେ ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ବରେ ଗେରୁଆ ରଙ୍ଗଧାରୀ ବ୍ୟକ୍ତିଙ୍କ ମୁହଁରେ ଥିଲା 'ରାମ ଲଲା ହମ ଆଏଙ୍ଗେ, ମନ୍ଦିର ବହି ବନାଏଙ୍ଗେ' । ପରେ ୧୯୯୬ ନିର୍ବାଚନରେ ବିଜେପି ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ନାରା ଲଗାଇଥିଲେ 'ରାଜତିଳକ କୀ କରୋତୈୟାରୀ, ଅବକୀ ବାରୀ ଅଟଳ ବିହାରୀ' । ଯାହା ସଫଳ ମଧ୍ୟ ହୋଇଥିଲା ।


ସେହିପରି ୨୦୦୯ରେ ବିଜେପି 'ଆଡଭାନୀ କା କହଣା ସାଫ, ରାମ ରୋଟି ଓ ଇନସାଫ' ନାରା ଦେଇଥିଲା । ଯାହା ଅବଶ୍ୟ ସଫଳ ହୋଇ ନଥିଲା । ୨୦୧୪ରେ 'ଅବକି ବାର ମୋଦି ସରକାର, ହର ହର ମୋଦି ଘର ଘର ମୋଦି' ନାରା ଦେଇ ବିଜେପି କ୍ଷମତାକୁ ଫେରିଥିଲେ ।

ABOUT THE AUTHOR

...view details