ହାଇଦ୍ରାବାଦ: ଧନର ଦେବୀ ମହାଲକ୍ଷ୍ମୀ । କୁହାଯାଏ ଯାହା ମୁଣ୍ଡ ଉପରେ ମା'ଙ୍କ ଆର୍ଶୀବାଦ ରହିଛି ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ ପ୍ରବେଶ କରେ ନାହିଁ ।
ତେଣୁ ବୃହସ୍ପତିଙ୍କ ବାର ଅର୍ଥାତ୍ ଗୁରୁବାରରେ କଣ କରିବା ଦ୍ବାରା ଆପଣଙ୍କୁ ସୁଖ,ଶାନ୍ତି ପ୍ରାପ୍ତି ହେବ ଆସନ୍ତୁ ଜାଣିବା...
ଗୁରୁବାରରେ ବିଳମ୍ବ ଯାଏ ଶୋଇ ରୁହନ୍ତୁ ନାହିଁ । ଏହି ଦିନ ସକାଳୁ ଉଠିବା ସହ ଘର ସଫା କରନ୍ତୁ..
ସେହିପରି ବାସି ବିଛଣାକୁ ପ୍ରଥମେ ଉଠାନ୍ତୁ । ପରେ ସ୍ନାନ କରି ପୂଜା ଆରମ୍ଭ କରନ୍ତୁ ।
ସର୍ବ ପ୍ରଥମେ ବୃନ୍ଦାବତୀଙ୍କ ନିକଟରେ ପାଣି ଦେବା ପରେ ହିଁ ଅନ୍ୟ ଦେବାଦେବୀଙ୍କୁ ପୂଜା କରନ୍ତୁ...