ହାଇଦ୍ରାବାଦ: ବେକାରୀ ସମସ୍ୟା ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି। ଏଠାରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ଢେର ଅଧିକ। ନିକଟରେ ମହାରାଷ୍ଟ୍ରରେ କ୍ଷମତାସୀନ ହୋଇଥିବା ମହାଅଘାଡି ସରକାର ଚାକିରୀ କ୍ଷେତ୍ରରେ 80 ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ଦେବା ପାଇଁ ଘୋଷଣା କରିଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଏପରି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ। ଯେଉଁଥିରେ 75 ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ଚାକିରୀ ଦିଆଯିବ। ଯଦି ସେ ଅଞ୍ଚଳରେ ଦକ୍ଷ ଲୋକ ନଥିବେ, ତାହେଲେ ସେଠାରେ ଦକ୍ଷତା କେନ୍ଦ୍ର ଖୋଲାଯାଇ ଟ୍ରେନିଂ ଦିଆଯିବା ସହ ନିଯୁକ୍ତ ପ୍ରଦାନ କରାଯିବ। 2008ରେ ମଧ୍ୟ ମହାରାଷ୍ଟ୍ର ସରକାର 80 ପ୍ରତିଶତ ରାଜ୍ୟବାସୀଙ୍କୁ ଚାକିରୀ ଦେବା ନେଇ ଘୋଷଣା କରିଥିଲେ। ମାତ୍ର ଦକ୍ଷତାର ଅଭାବ ରହିଥିବାରୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ଅନ୍ୟପକ୍ଷେ କର୍ଣ୍ଣାଟକ ମଧ୍ୟ 100 ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ଚାକିରୀ ଦେବା ପାଇଁ 2016ରେ ଘୋଷଣା କରିଥିଲା। ମଧ୍ୟପ୍ରଦେଶ ମଧ୍ୟ ଏହି ଧାଡିରେ ଥିବା ବେଳେ ଗୋଆ ଓ ଓଡିଶା ମଧ୍ୟ ଏହି ତାଲିକାରେ ରହିଛନ୍ତି।
ଶିକ୍ଷା କିମ୍ବା ଚାକିରୀ ପାଇଁ ହେଉ, ଅନେକ ଲୋକ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଥାନ୍ତି। ଭାରତୀୟ ସମ୍ବିଧାନରେ ମଧ୍ୟ ଏଥିପାଇଁ ଅନୁମତି ଦିଆଯାଇଛି। ଭାରତ ମଧ୍ୟରେ ଜଣେ ଭାରତୀୟ ନାଗରିକ ଯେ କୌଣସି ସ୍ଥାନକୁ ଯାତ୍ରା କରିପାରିବ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 19 ଅନୁସାରେ ଏହାକୁ ସ୍ବୀକୃତି ମିଳିଥିବା ବେଳେ ଅନୁଚ୍ଛେଦ 16, 14,15 ଅନୁସାରେ ଚାକିରୀ ପାଇଁ ଜନ୍ମସ୍ଥାନକୁ ଅନ୍ତର୍ଭୁକ୍ତ କରିବା ଜରୁରୀ ନୁହେଁ। ସମ୍ବିଧାନରେ ଏହି ଧାରାକୁ ନେଇ ଚ୍ୟାଲେଞ୍ଜ ମଧ୍ୟ କରାଯାଇଛି। 2014ରେ ଚାରୁ ଖୁରାନା ବନାମ ୟୁନିୟନ ଅଫ୍ ଇଣ୍ଡିଆ ମାମଲାରେ ଟ୍ରେଡ ୟୁନିୟନ ଜଣେ ମେକଅ୍ ଆର୍ଟିଷ୍ଟଙ୍କୁ ମେମ୍ବରସିପ୍ ଦେବାକୁ ମନା କରିଦେଇଥିଲେ। କାରଣ ସେ ମହାରାଷ୍ଟ୍ରରେ 5 ବର୍ଷ ନଥିଲେ। ହେଲେ ଟ୍ରେଡ ୟୁନିୟନ ଏହି କେସ୍ ହାରିଯାଇଥିଲା।
ବାହାର ରାଜ୍ୟକୁ ଚାକିରୀ ପାଇଁ ଆଶା ରଖୁଥିବା ଲୋକେ ଏହା ଦ୍ବାରା ପ୍ରଭାବିତ ହୋଇପାରନ୍ତି । 2011 ଜନଗଣନା ସମୟରେ ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କ ଗଣନା ଠିକ୍ ରୂପେ କରାଯାଇ ପାରିନଥିଲା। ଯେତିକି ଜନଗଣନାରେ ଦେଖିବାକୁ ମିଳିଥିଲା ତା'ଠୁ ଢେର ଗୁଣରେ ଲୋକେ ସ୍ଥାନାନ୍ତର ହେଉଛନ୍ତି। ବିକାଶର ସ୍ତରକୁ ଧ୍ୟାନ ଦେଲେ ଆମେ ସ୍ଥାନାନ୍ତରଣର ସଂଖ୍ୟା ଆକଳନ କରିପାରିବା।
ଉତ୍ତରରୁ ଦକ୍ଷିଣକୁ ସ୍ଥାନାନ୍ତର ହେଉଥିବା ସଂଖ୍ୟାକୁ ଆକଳନ କରିବା ପାଇଁ ପ୍ରଥମେ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିବା ଆବଶ୍ୟକ। ପ୍ରଥମ ଭାଗରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଥିବା ବେଳେ ଦ୍ବିତୀୟ ଭାଗରେ କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରହିବ। ଏହି ରାଜ୍ୟ ମଧ୍ୟରୁ 85 ପ୍ରତିଶତ ଲୋକ ଦକ୍ଷିଣ ଆଡକୁ ସ୍ଥାନାନ୍ତର ହୋଇଥାନ୍ତି। 2011 ଜଣଗଣନା ଯାଏଁ ଏହାର ସଂଖ୍ୟା 85 ପ୍ରତିଶତ ଥିବା ବେଳେ 2021 ଜଣଗଣନାରେ ଏହାର ସଂଖ୍ୟା ବୃଦ୍ଧି ହୋଇପାରେ।