ଓଡିଶା

odisha

By

Published : Apr 16, 2019, 7:15 AM IST

ETV Bharat / bharat

ରାହୁଳଙ୍କ ବିରୋଧରେ କରିବି ମାନହାନୀ ମୋକଦ୍ଦମା: ସୁଶୀଲ ମୋଦି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ରୁଜୁ କରିବି ମାନହାନି ମୋକଦ୍ଦମା । କିଛି ଏଭଳି ଧମକ ଦେଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ସୁଶୀଲ କୁମାର ମୋଦି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପାଟଣା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ରୁଜୁ କରିବି ମାନହାନି ମୋକଦ୍ଦମା । କିଛି ଏଭଳି ଧମକ ଦେଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ କୁମାର ମୋଦି। ସେ ସୋମବାର କହିଛନ୍ତି ଯେ, ଖୁବଶୀଘ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦ୍ୱାରା ମୋଦିଙ୍କୁ ଚୋର କହିଥିଲେ । ଏହାର ଅର୍ଥ ମୋଦି ସାଙ୍ଗିଆ ଥିବା ସମସ୍ତ ବ୍ୟକ୍ତିଙ୍କୁ ରାହୁଲ ଚୋର କହିଛନ୍ତି। ତେଣୁ ରାହୁଲଙ୍କ ନାଁରେ ମାନହାନୀ ମୋକଦ୍ଦମା ଦାୟର କରାଯିବ।

ସୁଶୀଲ ଟ୍ୱିଟ କରି କହିଛନ୍ତି ଯେ, " ମୋଦି ସାଙ୍ଗିଆ ଥିବା ବ୍ୟକ୍ତିଙ୍କୁ ଚୋର କହିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିବି। " ସେ ଆହୁରି ମଧ୍ୟ କହିଛନ୍ତି ଯେ, 2014 ବର୍ଷ ଅପେକ୍ଷା ଏବେ ମୋଦିଙ୍କ ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଛି। ଯାହାକୁ ଦେଖି କିଛି ବିରୋଧି ହାରିବାରେ ଭୟଭୀତ ହୋଇ ଏଭଳି ଅପପ୍ରଚାର କରୁଛନ୍ତି।

ABOUT THE AUTHOR

...view details