ଓଡିଶା

odisha

ସିଏଏ-ଏନଆରସି ବିରୋଧରେ ହସ୍ତାକ୍ଷର ଅଭିଯାନ

By

Published : Feb 2, 2020, 2:23 PM IST

ସିଏଏ ଏବଂ ଏନଆରସି ବିରୋଧରେ ହସ୍ତାକ୍ଷର ଅଭିଯାନ ଆରମ୍ଭ କରିଛି ତାମିଲନାଡୁ ବିଧାନସଭାରେ ବିରୋଧି ଆସନରେ ବସିଥିବା ଡିଏମକେ। ଦଳର ସୁପ୍ରିମୋ ଏମକେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ରାଜ୍ୟର କୋଲାଥୁରରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

signature-campaign
ହସ୍ତାକ୍ଷର ଅଭିଯାନ

ଚେନ୍ନାଇ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜୀକା(ଏନଆରସି) ବିରୋଧରେ ଦେଶର ପ୍ରାନ୍ତରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହା ମଧ୍ୟରେ ସିଏଏ ଏବଂ ଏନଆରସି ବିରୋଧରେ ହସ୍ତାକ୍ଷର ଅଭିଯାନ ଆରମ୍ଭ କରିଛି ତାମିଲନାଡୁ ବିଧାନସଭାର ବିରୋଧି ଆସନରେ ବସିଥିବା ଡିଏମକେ । ଦଳର ଅଧ୍ୟକ୍ଷ ଏମକେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ରାଜ୍ୟର କୋଲାଥୁରରୁ ଏହି ଅଭିଯାନ ଆରମ୍ଭ ହୋଇଛି ।

ଡିଏମକେ ଏବଂ ତାର ସହଯୋଗୀ ମିଳିତ ଭାବରେ ଏହି ହସ୍ତାକ୍ଷର ଅଭିୟାନ ଆରମ୍ଭ କରିଛନ୍ତି । ସେମାନେ ଘର ଘର ବୁଲି ସିଏଏ ଏବଂ ଏନଆରସି ବିରୋଧରେ ଜନତାଙ୍କ ହସ୍ତାକ୍ଷର ସଂଗ୍ରହ କରୁଛନ୍ତି। ଫେବୃଆରୀ 2 ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଭିଯାନ ଶେଷ ହେବାପରେ ଏହି ହସ୍ତାକ୍ଷର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହସ୍ତାନ୍ତର କରାଯିବ ବୋଲି ଡିଏମକେ ସୁପ୍ରିମୋ ଷ୍ଟାଲିନ କହିଛନ୍ତି।

ସେପଟେ ଏହି ଅଭିଯାନ ସମୟରେ ବଜେଟ 2020କୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଷ୍ଟାଲିନ। ଏନେଇ ସେ କହିଛନ୍ତି ଯେ, ଚଳିତ ବଜେଟରେ ଗରିବ ଏବଂ ପଛୁଆ ବର୍ଗର ଲୋକଙ୍କ ପାଇଁ କୌଣସି ସୁବିଧା ନାହିଁ । ଏହା କେବଳ ଏକ ବୟାନ ଭଳି ଥିଲା ଯାହା ଧନି ବ୍ୟକ୍ତିଙ୍କ ପାଇଁ ପଢାଯାଇଥିଲା । ଏଥିରେ ଗରିବ, ଦଳିତ ଏବଂ ବେରୋଜଗାରୀ ସମସ୍ୟା ଦୂର କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ।

ABOUT THE AUTHOR

...view details