ଓଡିଶା

odisha

ETV Bharat / bharat

ଧାରା 370 ଉଚ୍ଛେଦ ବିରୁଦ୍ଧରେ ଆନ୍ଦୋଳନ କରିବେ ବିରୋଧୀ ଦଳ ! - ଜମ୍ମୁ-କାଶ୍ମୀର

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଧାରଣା ଦେବାକୁ  ପ୍ରମୁଖ ବିରୋଧୀ ଦଳ ଗୁଡିକୁ ଆମନ୍ତ୍ରିତ କରିଛି ତାମିଲନାଡୁର ବିରୋଧୀ ଦଳ ଡିଏମକେ ।

ଫାଇଲ ଫଟୋ

By

Published : Aug 20, 2019, 5:36 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଧାରଣା ଦେବାକୁ ପ୍ରମୁଖ ବିରୋଧୀ ଦଳ ଗୁଡିକୁ ଆମନ୍ତ୍ରିତ କରିଛି ତାମିଲନାଡୁର ବିରୋଧୀ ଦଳ ଦ୍ରାବିଡ ମୁନେତ୍ର କଡଗମ(ଡିଏମକେ)। ଡିଏମକେ ଆସନ୍ତା ୨୨ ତାରିଖରେ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଗତକାଲି ଘୋଷଣା କରିଥିଲା । ତେବେ ଏହି ଆନ୍ଦୋଳନରେ ଯୋଗ ଦେବା ପାଇଁ ଡିଏମକେ କଂଗ୍ରେସ, ସପିଏମ, ସିପିଆଇ, ଏନସିପି, ଟିଏମସି, ଭିସିକେ(ଟିଏନ), ଏସପି ଏବଂ ଆରଜେଡି ଆଦି ପ୍ରମୁଖ ବିରୋଧୀ ଦଳଗୁଡିକୁ ଆମନ୍ତ୍ରିତ କରିଛି ।

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ଏବଂ ଜମ୍ମୁ-କାଶ୍ମୀର ନେତାଙ୍କ ଗିରଫକୁ ଡିଏମକେ ସଭାପତି ଏମକେ ଷ୍ଟାଲିନ୍‌ କଡା ସମାଲୋଚନା କରିଛନ୍ତି । ଏହାକୁ ପ୍ରତିବାଦ କରି ଦିଲ୍ଲୀ ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସେ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ଆମନ୍ତ୍ରିତ କରିଛନ୍ତି । ସେପଟେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭାର ବିରୋଧୀ ଦଳର ନେତା ଗୁଲାମ ନବି ଆଜାଦ ଧାରା 370 ଉଚ୍ଛେଦ ନିଷ୍ପତ୍ତିକୁ ଫେରାଇ ନେବାକୁ ସରକାରଙ୍କୁ ଦାବି କରିଛନ୍ତି । ସେ କହିଛନ୍ତି, ସରକାର ଯେଉଁ ଜମ୍ମୁ-କାଶ୍ମୀରକୁ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଫେରାଇ ନିଅନ୍ତୁ । ସରକାରଙ୍କ ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଛି । ଏହି ନିଷ୍ପତ୍ତି ଦ୍ବାରା ଜମ୍ମୁ-କାଶ୍ମୀରରେ କେହି ଖୁସି ନାହାନ୍ତି । ଏହା ସହିତ ସେ ବନ୍ଦୀ ଥିବା ରାଜନେତାଙ୍କୁ ମୁକୁଳାଇବାକୁ କହିଛନ୍ତି ।

ABOUT THE AUTHOR

...view details