ଲକ୍ଷ୍ନୌ: ହୋଲିରେ ସୁରକ୍ଷାକୁ ନେଇ ଯୋଗୀ ସରକାରଙ୍କ ବିଶେଷ ସତର୍କତା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଯଦି ହୋଲିରେ କୌଣସି ସ୍ଥାନରେ ଶାନ୍ତି ଓ ସୁରକ୍ଷା ବ୍ୟବସ୍ଥା ବିଗିଡେ ଏଥିପାଇଁ ଜିଲ୍ଲାପାଳ ଓ ଏସପି ଦାୟୀ ରହିବେ । ଆଉ ସେନେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହି ଦିନ ସମ୍ବେଦଶୀଳ ସ୍ଥାନ ଗୁଡିକରେ ପୋଲିସ ଫୋର୍ସ ମୁତୟନ କରିବା ସହ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଉକ୍ତ ସ୍ଥାନକୁ ଭ୍ରମଣ କରନ୍ତୁ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସିଏଏ ବିରୋଧରେ ଯେଉଁ ଜିଲ୍ଲାରେ ହିଂସାତ୍ମକ ପ୍ରଦର୍ଶନ ହୋଇଥିଲା ସେହି ଜିଲ୍ଲାରେ ବିଶେଷ ସତର୍କତା ଅବଲବମ୍ବନ କରାଯାଉ ।
ଯୋଗୀ ଆହୁରୀ କହିଛନ୍ତିଯେ, ରାଜ୍ୟରେ ପ୍ରାୟ ଦେଢ ଲକ୍ଷ ସ୍ଥାନରେ ହୋଲିର ଦହନ କାର୍ଯ୍ୟ ହୋଇଥାଏ । ଯାହାକୁ ନେଇ ପୂର୍ବରୁ ହୋଇଥିବା ବିବାଦକୁ ନଜରରେ ରଖି ସମ୍ବେଦନଶୀଳ ସ୍ଥାନ ଗୁଡିକୁ ଚିହ୍ନଟ କରି କୌଣସି ହିଂସାତ୍ମକ ଘଟଣା ଘଟିଲେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ଏହାସହ ଏଡିଜି ଜୋନ ଓ ଆଇଜି-ଡିଆଇଜି ରେଞ୍ଜ ଜିଲ୍ଲାରେ କ୍ୟାମ୍ପ କରି ସ୍ଥାନୀୟ ବିବାଦ ଗୁଡିକୁ ଲେଖି ରଖିବା ସହ ସମାଧାନ କରନ୍ତୁ ।
ହୋଲି ପର୍ବରେ ଅବୈଧ ମଦ ଦୋକାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହାସହ ଯୋଉଁ ରାସ୍ତାରେ ଶୋଭାଯାତ୍ରା ବାହାରୁଛି ସେହି ସ୍ଥାନକୁ ନିରିକ୍ଷଣ କରିବା ସହ କୌଣସି ନୂଆ ମେଳା ନକରିବାକୁ ଦିଆଯିବାକୁ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି ।
@IANS