ଓଡିଶା

odisha

ETV Bharat / bharat

ଦିବ୍ୟାଙ୍ଗଙ୍କ କମାଲ: ହାତ ନୁହେଁ ଗୋଡରେ ଆଙ୍କୁଛନ୍ତି ଚିତ୍ର - ଗୋଡରେ ଆଙ୍କୁଛନ୍ତି ଚିତ୍ର

ଦିନ ଥିଲା ଭିକ୍ଷାବୃତ୍ତି କରି ନିଜ ପେଟ ପୋଷୁଥିଲେ ସେ । କାରଣ ସେ ଜଣେ ଦିବ୍ୟାଙ୍ଗ । ହେଲେ ବର୍ତ୍ତମାନ ସେ ଋଷିକେଶରେ ଥିବା ସମୁଦ୍ରକୂଳରେ ବସି ଆଙ୍କୁଛନ୍ତି ଚିତ୍ର। ଆଉ ତାଙ୍କର ଚିତ୍ର ଦେଶ ନୁହେଁ ବିଦେଶରେ ମଧ୍ୟ ପରିଚିତ । ଆସନ୍ତୁ ଜାଣିବା କିଏ ସେହି ଦିବ୍ୟାଙ୍ଗ...

divyang women  beautiful painting
ହାତ ନୁହେଁ ଗୋଡରେ ଆଙ୍କୁଛନ୍ତି ଚିତ୍ର

By

Published : Dec 3, 2019, 2:38 PM IST

ଡେରାଡୁନ: ହାତ ରେଖାରେ ବିଶ୍ବାସ ନ କରି ନିଜ ଉପରେ ବିଶ୍ବାସ ରଖନ୍ତୁ । କାରଣ ଯାହାର ହାତ ନାହିଁ, ସେମାନଙ୍କର ବି ଭବିଷ୍ୟତ ଅଛି । ଏହି ଉକ୍ତିଟି ଉତ୍ତରାଖଣ୍ଡ ଋଷିକେଶ ମାୟାକୁଣ୍ଡର ଦିବ୍ୟାଙ୍ଗ ଅଞ୍ଜନା ମଲ୍ଲିକଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରଜୁଯ୍ୟ । ପିଲାଟି ବେଳୁ ଅଞ୍ଜନାଙ୍କ ନାହିଁ ହାତ, ସେ ଦିବ୍ୟାଙ୍ଗ । କିନ୍ତୁ ତାଙ୍କର କଳା ବିଷୟରେ ଦରିଆ ପାରର ଲୋକେ ବି ଅବଗତ ।

ହାତ ନୁହେଁ ଗୋଡରେ ଆଙ୍କୁଛନ୍ତି ଚିତ୍ର

ନିଜର ପେଟ ପୋଷିବା ପାଇଁ ସେ ପ୍ରଥମେ ବାଛି ଥିଲେ ଭିକ୍ଷାବୃତ୍ତି ପନ୍ଥା । କିନ୍ତୁ ଜଣେ ବିଦେଶୀ ପର୍ଯ୍ୟଟକ ଋଷିକେଶ ବୁଲି ଆସିଥିବାବେଳେ ଦେଖିଥିଲେ ଅଞ୍ଜନାଙ୍କୁ । ଆଉ ତାଙ୍କୁ ଭିକ୍ଷାବୃତ୍ତି ପରିବର୍ତ୍ତେ ଚିତ୍ର ଆଙ୍କିବାକୁ ପରାମର୍ଶ ଦେଇଥିଲେ । ଏହାସହ ନିଜେ ବିଭିନ୍ନ ପ୍ରକାର ରଙ୍ଗ ସହ ତୂଳୀ ମଧ୍ୟ ଆଣି ଅଞ୍ଜନାଙ୍କୁ ଦେଇଥିଲେ । କିନ୍ତୁ ପ୍ରଥମେ ଅଞ୍ଜନା କଳା ସହିତ ଏତେ ପରିଚିତ ନଥିଲେ । ଧିରେ ଧିରେ ଗୋଡରେ ତୂଳୀ ଧରି କାନଭାସରେ ରଙ୍ଗ ଲଗାଇବା ଆରମ୍ଭ କରିଥିଲେ । ଆଉ ତା ପରେ କେବେ ସେ ପଛକୁ ଫେରି ଦେଖିନାହାଁନ୍ତି ।

ବର୍ତ୍ତମାନ ସେ ଋଷିକେଶର ଜଣେ ଭଲ ଚିତ୍ରଶିଳ୍ପୀ । ଯାହାର ଚିତ୍ର 5 ରୁ 7 ହଜାର ଟଙ୍କାରେ ବିକ୍ରି ହେଉଛି । ଆଉ ତାଙ୍କର ଏହି ପ୍ରତିଭାକୁ ଦେଖି ସଲାମ କରୁଛନ୍ତି ଲୋକେ । ଋଷିକେଶର ସମୁଦ୍ର କୂଳରେ ବସି ସେ କରନ୍ତି ପେଣ୍ଟିଂ। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ତାଙ୍କର ଏହି ସୁନ୍ଦର ପେଣ୍ଟିଂ। ତାଙ୍କର ଏହି ପ୍ରତିଭା ଅନ୍ୟ ମାନଙ୍କ ପାଇଁ ସାଜିଛି ପ୍ରେରଣା । ଅଞ୍ଜନାଙ୍କ କହିବା ଅନୁସାରେ, କୌଣସି କାମ ପାଇଁ ସର୍ବଦା ଚେଷ୍ଟା କରିବା, ଚେଷ୍ଟା କରିବାରେ କେବେ ଡରିବା ନାହିଁ ।

ABOUT THE AUTHOR

...view details