ଓଡିଶା

odisha

ETV Bharat / bharat

ଉନ୍ନାଓ ଦୁଷ୍କର୍ମ ଓ ଦୁର୍ଘଟଣା ମାମଲା: ଅଭିଯୁକ୍ତ ବିଧାୟକଙ୍କ ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ରଦ୍ଦ କରିବାକୁ ଆଦେଶ

ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଧାୟକଙ୍କ ସମସ୍ତ ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ରଦ୍ଦ କରିବାକୁ ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି ।

By

Published : Aug 3, 2019, 10:55 AM IST

ଫାଇଲ ଫଟୋ


ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ଓ ଦୁର୍ଘଟଣା ଘଟଣାରେ ଜଡିତ ଥିବା ଅଭିଯୁକ୍ତ ବିଧାୟକ କୁଲଦୀପ ସିଂ ସେନଗାରଙ୍କ ସମସ୍ତ ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲକ୍ଷ୍ନୌର ଏକ କୋର୍ଟ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ଡ୍ରାଇଭର ଓ ହେଲପରକୁ 7 ଦିନିଆ ରିମାଣ୍ଡରେ ପଠାଇଛି।

ଗତକାଲି ସିବିଆଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଗତ ଜୁଲାଇ 28 ତାରିଖରେ ଦୁଷ୍କର୍ମ ପୀଡିତା ଆସୁଥିବା ବେଳେ ଟ୍ରକ ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୀଡିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବା ବେଳେ ପୀଡିତାଙ୍କ ଦୁଇ ଖୁଡି ପ୍ରାଣ ହରାଇଥିଲେ ।

ABOUT THE AUTHOR

...view details