ପାନାଜୀ: ମତଭେଦ ହେଉଛି ଗଣତନ୍ତ୍ରର ସାରମର୍ମ । କିନ୍ତୁ କୌଣସି ବ୍ୟକ୍ତିକୁ ବି ଦେଶ ବିରୋଧରେ କହିବାକୁ ଅନୁମତି ଦିଆଯିବ ନାହିଁ । ସୋମବାର ଏପରି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।
ଗୋଆ ବିଶ୍ବବିଦ୍ୟାଳୟର 32 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି । ଏହାସହ ଦୁର୍ନୀତି ଗଣତନ୍ତ୍ରକୁ ଦୁର୍ବଳ କରେ ବୋଲି ସେ ଦର୍ଶାଇଛନ୍ତି । ସେହିପରି ଗଣତନ୍ତ୍ରରେ ମତଭେଦ ଦେଖାଯାଏ । କିନ୍ତୁ ଏହା ଦେଶ ବିରୋଧୀ ନହେବା ଦରକାର । ଯାହା ସମସ୍ତେ ବୁଝିବା ଦରକାର ବୋଲି ଉପରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ।