ପୁଡୁଚେରୀ: ଲକଡାଉନକୁ ଅମାନ୍ୟ ଯୋଗୁଁ ବିଧାୟକଙ୍କ ବିରୋଧରେ ମାମଲା । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମହାମାରୀ କୋରୋନା ବିରୋଧରେ ଜାରି କରାଯାଇଥିବା ଲକ୍ ଡାଉନକୁ ବିଧାୟକଙ୍କ ଅବମାନନା । କଂଗ୍ରେସ ବିଧାୟକ ଜନ କୁମାରଙ୍କ ବିରୋଧରେ ଅଭିଯୋଗ କରି ମାମଲା ରୁଜୁ କରାଯାଇଛି । COVID 19 ରୁ ଦେଶକକୁ ସୁରକ୍ଷିତ କରିବା ପାଇଁ ପ୍ରଧାନମନ୍ତ୍ରୀ 24 ତାରିଖ ମଧ୍ୟରାତ୍ରରୁ ସାରା ଭାରତରେ ଲକଡାଉନ ଘୋଷଣା କରାଯାଇଛି ।
କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ନେଲିଥପର କଂଗ୍ରେସ ବିଧାୟକ ଜନ କୁମାର ନିଜ ବାସଭବନ ସମ୍ମୁଖରେ 200 ଲୋକଙ୍କୁ ଗହଳି କରି ପନିପରିବା ବାଣ୍ଟିବା ଅଭିଯୋଗରେ ମାମଲା ହୋଇଛି । ମହାମାରୀ କୋରୋନା ଭାଇରସର ସଂକ୍ରମଣକୁ ରୋକିବା ଓ ଏହାର ପ୍ରଚାର ପ୍ରସାରର ରୋକିବା ପାଇଁ କେନ୍ଦ୍ର ସରକାର ଲକ ଡାଉନ ଘୋଷଣା କରିଛନ୍ତି ।