ଓଡିଶା

odisha

ସର୍ବଦଳୀୟ ବୈଠକରେ ଯୋଗଦେବାକୁ ନେଇ ବିରୋଧିଙ୍କ ମଧ୍ୟରେ ଫାଟ

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ। ଏଥିରେ ଯୋଗ ଦେବା ପାଇଁ ବିରୋଧି ଦଳଙ୍କୁ ଆମନ୍ତ୍ରଣ କରାଯାଇଛି। ମାତ୍ର ଏହି ବୈଠକରେ ଯୋଗ ଦେବାକୁ ନେଇ ବିରୋଧିଙ୍କ ମଧ୍ୟରେ ଫାଟ ଥିବାର ଦେଖିବାକୁ ମିଳିଛି।

By

Published : Jun 19, 2019, 12:31 PM IST

Published : Jun 19, 2019, 12:31 PM IST

Updated : Jun 19, 2019, 12:59 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି ସର୍ବଦଳୀୟ ବୈଠକ । ଏଥିପାଇଁ ସଂସଦର ଉଭୟ ଗୃହରେ ପ୍ରତିନିଧିତ୍ବ କରୁଥିବା ବିଭିନ୍ନ ଦଳକୁ ଏହି ବୈଠକରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଛି । ମାତ୍ର ଏଥିରେ ଯୋଗ ଦେବାକୁ ନେଇ ବିରୋଧି ଦଳଙ୍କ ମଧ୍ୟରେ ବିଭେଦ ଦେଖିବାକୁ ମିଳିଛି । ଯ।ହା ସେମାନଙ୍କର ଏକତାରେ ଥିବା ଫାଟକୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି), ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ), ତୃଣମୂଳ କଂଗ୍ରେସ(ଟିଏମସି), ଦ୍ରାବିଡ ମୁନେତ୍ରା କାଝାଘମ୍(ଡିଏମକେ) ଏବଂ ଆମ ଆଦମୀ ପାର୍ଟି(ଆପ୍) ଭଳି ଦଳ ଯୋଗ ଦେବେ ନାହିଁ । ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ସିପିଆଇ), ବିଜୁ ଜନତା ଦଳ(ବିଜେଡି) ଏଥିରେ ଯୋଗ ଦେବାକୁ ସମ୍ମତି ଜଣାଇଛନ୍ତି । କଂଗ୍ରେସ, ସିପିଏମ୍, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ସମାଜବାଦ ପାର୍ଟି(ଏସପି), ବହୁଜନ ସମାଜ ପାର୍ଟି(ବିଏସପି), ନ୍ୟାସନାଲ କନଫରେନ୍ସ(ଏନସି), ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ଆଦି ଅନ୍ୟ ବିରୋଧି ଦଳ ଏଥିରେ ଯୋଗ ଦେବେ କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

ଏନସିପିରୁ ଦଳର ସୁପ୍ରିମୋ ଶରଦ ପାୱାର, ସିପିଆଇରୁ ଦଳର ସାଧାରଣ ସମ୍ପାଦକ ଏସ.ସୁଧାକର ରେଡ୍ଡୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରମୁଖ ଯୋଗଦେବେ । ଅନ୍ୟପଟେ ଟିଡିପି ସାଂସଦ ଜୟଦେବ ଗାଲା, ଆପର ରାଘବ ଚଢା୍, ଟିଆରଏସର କାର୍ଯ୍ୟକାରୀ ସଭାପତି କେଟି ରାମାରାଓ ପ୍ରମୁଖ ନିଜ ଦଳ ପକ୍ଷରୁ ସର୍ବଦଳୀୟ ବୈଠକରେ ପ୍ରତିନିଧିତ୍ବ କରିବେ ।

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆହୂତ ନୀତି ଆୟୋଗ ବୈଠକରେ ଟିଏଆରଏସ୍ ଏବଂ ଟିଏମସି ଯୋଗ ଦେଇନଥିଲେ । ଆଜି ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ "ଏକ ଦେଶ, ଏକ ନିର୍ବାଚନ", ସ୍ବାଧିନତାର 75 ବର୍ଷ ପୂର୍ତ୍ତୀ ପାଳନ, ଦେଶରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏବଂ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେସନ କିପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ ସେନେଇ ମଧ୍ୟ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଆଲୋଚନା ହେବ।

Last Updated : Jun 19, 2019, 12:59 PM IST

ABOUT THE AUTHOR

...view details