ଜମ୍ମୁ: କାଶ୍ମୀର ପୁର୍ନବାସ ସମିତି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛି । ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ବାସଗୃହ ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖାଯାଇଛି । ସୋମବାର ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ବାସସ୍ଥାନ ଯୋଗାଇବାକୁ ଦାବି
କାଶ୍ମୀର ପୁର୍ନବାସ ସମିତି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛି । ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ବାସଗୃହ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖାଯାଇଛି । ଅଧିକ ପଢନ୍ତୁ...
ଫାଇଲ ଫଟୋ
ଏହି ଦାବିପତ୍ରରେ କାଶ୍ମୀର ପଣ୍ଡିତଙ୍କୁ ଯଥାଶୀଘ୍ର ବାସଗୃହ ଯୋଗାଇବାକୁ ନୀତି ଘୋଷଣା କରନ୍ତୁ ବୋଲି କୁହାଯାଇଛି । ଆଉ ଏ ସୁବିଧା ମାର୍ଚ୍ଚ ସୁଦ୍ଧା କରିବାକୁ କୁହାଯାଇଛି । ସମିତି ମତରେ, କେନ୍ଦ୍ର ସରକାର ସର୍ବଦା କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ହିଂସାକୁ ନେଇ ଦୁଃଖପ୍ରକାଶ କରନ୍ତି କିନ୍ତୁ ଆଜି ଯାଏଁ କୌଣସି ସହାୟତା ଯୋଗାଇ ଦେଇନଥିବା କହିଛନ୍ତି।