ଓଡିଶା

odisha

ETV Bharat / bharat

ଡିଜନୀ ଥିମ ପାର୍କରେ କୋରୋନା ମାଡ, ବିଦା ହେବେ ୨୮ ହଜାର କର୍ମଚାରୀ

ଲେକପ୍ରିୟ କମ୍ପାନି ଡିଜନୀ ଉପରେ ପଡ଼ିଛି କୋରୋନା ଛାଟ। କମ୍ପାନୀରେ କାର୍ଯ୍ୟରତ ୨୮ ହଜାର କର୍ମଚାରୀଙ୍କୁ ଛଟେଇ ପାଇଁ ନିଷ୍ପତି ନେଇଛି କମ୍ପାନୀ । ଅଧିକ ପଢନ୍ତୁ...

By

Published : Sep 30, 2020, 1:43 PM IST

Disney to lay off 28,000 theme park employees
ଡିଜନୀ ଥିମ ପାର୍କ ଉପରେ କୋରୋନା ମାଡ, ୨୮ ହଜାର କର୍ମଚାରୀଙ୍କୁ କରିବ ଛଟେଇ

ଓ୍ବାଶିଂଟନ୍: ସମସ୍ତଙ୍କ ଜୀବିକା ଛଡ଼ାଇ ନେଇଛି ମହାମାରୀ କୋରୋନା । ପୂର୍ବରୁ ଦୁର୍ବଳ ଥିବା ଭାରତୀୟ ଅର୍ଥବ୍ୟବସ୍ଥାକୁ କୋରୋନା ଆହୁରି ଦୁର୍ବଳ କରିଦେଇଛି । ଏହି ମହାମାରୀ ଆର୍ଥିକ ଭାବେ ସମାଜର ପ୍ରତ୍ୟେକ ଶ୍ରେଣୀକୁ ଝଟକା ଦେଇଛି । ସବୁଠୁ ବଡ଼ ସଙ୍କଟ ରୋଜଗାର କ୍ଷେତ୍ରରେ ଗମ୍ଭୀର ଭାବେ ଦେଖାଦେଇଛି । ବିଶେଷକରି ବେସରକାରୀ କ୍ଷେତ୍ରରେ ବେକାର ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ଏ​‌ବେ ଲୋକପ୍ରିୟ କମ୍ପାନୀ ଡିଜନୀ ଉପରେ ପଡ଼ିଛି କୋରୋନା ଛାଟ। କମ୍ପାନି ତାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି କମ୍ପାନୀରେ କାର୍ଯ୍ୟରତ ୨୮ ହଜାର କର୍ମଚାରୀଙ୍କୁ ଛଟେଇ ପାଇଁ ନିଷ୍ପତି ହୋଇଛି । ମଙ୍ଗଳବାର କମ୍ପାନୀ ଏହି ଘୋଷଣା କରିଛି। କମ୍ପାନୀ କହିଛି ଯେ, ଛଟେଇ ହୋଇଥିବା କର୍ମଚାରୀ ମଧ୍ୟରୁ 67% କର୍ମଚାରୀ ପାର୍ଟ ଟାଇମ୍ ଭାବେ କାର୍ଯ୍ୟ କରିବେ। ତେବେ ଏହି ନିଷ୍ପତିକୁ ବହୁ ଦୁଃଖଦାୟକ କହିଛନ୍ତି ଡିଜନୀ ପାର୍କର ଚେୟାରମ୍ୟାନ୍ ଯୋଶୀ ଡି ଆମାରୋ । ଏହି ମହାମାରୀ କୋରୋନାର ବ୍ୟବସାୟ ଉପରେ ଦୀର୍ଘ ଦିନର ପ୍ରଭାବକୁ ଦୃଷ୍ଟିରେ ରଖି ଏହା ହେଉଛି ଏକମାତ୍ର ସମ୍ଭାବ୍ୟ ବିକଳ୍ପ ବୋଲି ସେ କହିଛନ୍ତି ।

ଏବେ କୋରୋନା ଯୋଗୁଁ ପର୍ଯ୍ୟଟକ କମ୍ ଆସୁଛନ୍ତି। ଡିଜନୀ ଏବେ କର୍ମଚାରୀ ସଂଘ ସହିତ ଏନେଇ ଆଲୋଚନା ଆରମ୍ଭ କରିବ। ଡି’ଆମାରୋ କହିଛନ୍ତି ଯେ, ଡିଜନୀ କର୍ମଚାରୀମାନେ ସର୍ବଦା ଆମର ସଫଳତାର ଚାବିକାଠି ରହିଛନ୍ତି, ଏକ ବିଶ୍ବ ସ୍ତରୀୟ ଅଭିଜ୍ଞତା ପ୍ରଦାନ କରିବାରେ ଏକ ମୂଲ୍ୟବାନ ତଥା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେବେ ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଆମେରିକା ହୋଇଛି।

ABOUT THE AUTHOR

...view details