ଓଡିଶା

odisha

ETV Bharat / bharat

'ଏଥର ଅସଲି-ନକଲି ଚୌକିଦାର ମଧ୍ୟରେ ଲଢେଇ'

ପିଏମ ମୋଦି ଅର୍ଦ୍ଧ ସାମରିକ ବଳର ଯବାନଙ୍କୁ ଶହୀଦର ମାନ୍ୟତା ଦେବା ସହ ସେମାନଙ୍କୁ ଭତ୍ତା ଦେବାର ପ୍ରତିଶ୍ରୁତି ଦେଇଥିଲେ । ତେଣୁ ତାଙ୍କ ଦ୍ବାରା ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ମୁଁ ପ୍ରଶ୍ନ କରିବି । ମୋର ପ୍ରଥମ ଲକ୍ଷ୍ୟ ହେଉଛି ସୁରକ୍ଷାକର୍ମୀଙ୍କୁ ଶକ୍ତିଶାଳୀ କରିବା ଓ ଦୁର୍ନୀତିକୁ ଶେଷ କରିବା ବୋଲି ଯବାନ ତେଜ ବାହାଦୁର କହିଛନ୍ତି ।

By

Published : Mar 31, 2019, 11:06 PM IST

Updated : Mar 31, 2019, 11:17 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲଢିବେ ବହିଷ୍କୃତ ବିଏସଏଫ ଯବାନ ତେଜ ବାହାଦୁର ଯାଦବ । ସେ ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଛିଡା ହେବାକୁ ନେଇଛନ୍ତି ନିଷ୍ପତ୍ତି । ଏହାସହ ସେ ମୋଦିଙ୍କୁ କରିଛନ୍ତି ଟାର୍ଗେଟ । ଏଥର ଅସଲି ଚୌକିଦାର ଓ ନକଲି ଚୌକିଦାର ମଧ୍ୟରେ ହେବ ଲଢେଇ । ପିଏମ ମୋଦି ହେଉଛନ୍ତି ନକଲି ଚୌକିଦାର, ଅସଲି ଚୌକିଦାର ହେଉଛନ୍ତି ଦେଶର ଯବାନ ବୋଲିତେଜ ବାହାଦୁର ଯାଦବ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଅର୍ଦ୍ଧ ସାମରିକ ବଳର ଯବାନଙ୍କୁ ଶହୀଦର ମାନ୍ୟତା ଦେବା ସହ ସେମାନଙ୍କୁ ଭତ୍ତା ଦେବା ପାଇଁପ୍ରତିଶ୍ରୁତି ଦେଇଥିଲେ। ତେଣୁ ତାଙ୍କ ଦ୍ବାରା ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ମୁଁ ପ୍ରଶ୍ନ କରିବି । ମୋର ପ୍ରଥମ ଲକ୍ଷ୍ୟ ହେଉଛି ସୁରକ୍ଷାକର୍ମୀଙ୍କୁ ଶକ୍ତିଶାଳୀ କରିବା ଓ ଦୁର୍ନୀତିକୁ ଶେଷ କରିବା ବୋଲିତେଜ ବାହାଦୁର କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ମୋଦି ଆଜି ଯାଏ ନିଜେ କରିଥିବା ପ୍ରତିଶ୍ରୁତିଗୁଡିକ ଉପରେ କେତେ କାମ କରଛନ୍ତି ? ଆମକୁ କୁହନ୍ତୁ । ଏହା ସମାନ୍ତରାଳଲଢେଇ । ଗୋଟିଏ ପଟେ ଆପଣଙ୍କ ପାଖରେ ପ୍ରକୃତ ଚୌକିଦାର ଅଛନ୍ତି ଓ ଅନ୍ୟପଟେ ଆପଣଙ୍କ ପାଖରେ ନକଲି ଚୌକିଦାର ଅଛନ୍ତି ବୋଲି ତେଜ ବାହାଦୁର କହିଛନ୍ତି । ୨୦୧୭ରେ ତେଜ ବାହାଦୁର ଯାଦବ ସୋସିଆଲ ମିଡିଆରେ ବିଏସଏଫର ଯବାନକୁ ଦିଆଯାଉଥିବା ଖାଦ୍ୟକୁ ନେଇ ଏକ ଭିଡିଓ ଜାରି କରିଥିଲେ । ଯାହା ପରେ ତାଙ୍କୁ ଚାକିରୀରୁ ବହିଷ୍କାରକରାଯାଇଥିଲା । ବିଗତ ଦିନରେ ତାଙ୍କ ପୁଅ ମଧ୍ୟ ଆତ୍ମହତ୍ୟା କରିଥିଲେ ।

Last Updated : Mar 31, 2019, 11:17 PM IST

ABOUT THE AUTHOR

...view details